ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆ ଉପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି। ଡିଜିସିଏ ପକ୍ଷରୁ କଂପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦେଢ଼ ବର୍ଷ ଭିତରେ ଦ୍ବିତୀୟ ଥର ପାଇଁ କଂପାନି ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିମାନରେ ପ୍ରବେଶ କରିବା କିମ୍ବା ଯେଉଁମାନଙ୍କ ବିମାନ ବିଳମ୍ବ କିମ୍ବା ବାତିଲ ହେଉଛି ସେମାନଙ୍କ ପାଇଁ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା ପ୍ରଦାନ କରିବାରେ କଂପାନି ଖିଲାପ କରିଥିବା ଅଭିଯୋଗ ରହିଛି। ଗତ ଜୁନ୍ କଂପାନି ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଥିଲା।






More Stories
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..