ରିପୋର୍ଟ କାର୍ଡ / ଭୁବନେଶ୍ବର
ବସ ଚଳାଚଳ ବନ୍ଦ ନିଷ୍ପତ୍ତିରୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓହରି ଯାଇଥିବା ବେଳେ ଆନ୍ଦୋଳନ ପାଇଁ ପୁଣି ଓଲ୍ହାଇବ । ସରକାର ଦାବି ମାନି ନଥିବାରୁ ଆସନ୍ତା ୨୨ ତାରିଖ ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଅବସରରେ ଘରୋଇ ବସ୍ ମାଲିକ ସଂଘ ଧାରଣା ଦେବାକୁ ପ୍ରସ୍ତୁତ ହୋଇସାରିଛି। ନଭେମ୍ବର ୨୨ରେ ସଂଘର ୧୦୦୦ରୁ ଊର୍ଦ୍ଧ୍ବ ବସ୍ ମାଲିକ ବିଧାନସଭା ସାମ୍ନାରେ ଧାରଣା ଦେବେ ବୋଲି ସୂଚନା ମିଳିଛି। ସରକାର ଯଦି ଦାବି ପୂରା ନକରନ୍ତି, ତାହେଲେ ସଂଘ ଡିସେମ୍ବର ୧ ତାରିଖ ଠାରୁ ଧର୍ମଘଟ କରିବ। ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……