ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ମାସରେ ଗୁଗୁଲ୍ ଅନେକ ମେଲ୍ ଆଇଡି ଡିଲିଟ୍ କରିଦେବ । ଡିସେମ୍ବର ମାସ୨୦୨୩ ମସିହାରେ ଗୁଗୁଲ୍ ଅନେକ ମେଲ୍ ଆଇଡି ଡିଲିଟ୍ କରିଦେବ ବୋଲି ସୂଚନା ଦେଇଥିଲା | ଯେଉଁମେଲ୍ ଆଇଡିରେ ୨ ବର୍ଷ ଧରି ଲଗ୍ଇନ୍ ହୋଇ ନଥିବା କିମ୍ବା କୌଣସି ମଲେ୍ ନେଣଦେଣ ହୋଇ ନଥିବ ତେବେ ସେହି ମେଲ୍ ଆଇଡିକୁ ଗୁଗୁଲ୍ ଡିଲିଟ୍ କରିଦେବ । ଏହି ମେଲ୍ ଆଇଡି ସହ ସମ୍ପୃକ୍ତ ଇମେଲ୍ ସହ,ୟୁଟ୍ୟୁବ୍ ଗୁଗୁଲ୍ ଡ୍ରାଇଭ୍ ଫାଇଲ୍, ଗୁଗୁଲ୍ ଡକ୍ସ, ଗୁଗୁଲ୍ କ୍ୟାଲେଣ୍ଡର , ଆପଏଣ୍ଟମେଣ୍ଟ ଏବଂ ଗୁଗୁଲ୍ ଫଟୋ ଡିଲିଟ୍ ହୋଇଯିବ । ମାତ୍ର ଯେଉଁ ଜିମେଲ୍ ଆକାଉଣ୍ଟରେ ଲଗ୍ ଇନ୍ କରାଯାଉଥିବ ତା ସହ ମେଲ୍ ଆଦାନପ୍ରଦାନ କରାଯାଉଥିବ ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଯେଉଁ ମେଲ୍ ଆଇଡିରେ କୌଣସି କାର୍ଯ୍ୟ ହେଉ ନାହିଁ ତାହା ହାକ୍ ହେବା ସହ ଗୁଗୁଲ୍ର ଅନେକ ସ୍ପେସ୍ ନଷ୍ଟ ହେଉଛି । ଗୁଗୁଲ୍ ଏହି ଆକାଉଣ୍ଟ ଡିଲିଟ୍ କରିବା ପୂର୍ବରୁ ସେହି ଆକାଉଣ୍ଟ ସହ ରିକଭରି ଆକାଉଣ୍ଟରେ ବାରମ୍ବାର ମେଲ୍ ଦେବ । ଆପଣଙ୍କର ଯଦି ଏପରି ମେଲ୍ ଆଇଡି ଅଛି ଏବଂ ସେଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ତେବେ ସେଥିରେ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍ ଅନ୍ କରିବା ସହ ଲଗ୍ ଇନ୍ କରନ୍ତୁ । ନହେଲେ ଏହି ଆକାଉଣ୍ଟ ଡିଲିଟି ହୋଇଯିବ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..