ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ; ମାତ୍ର ଧନ କ୍ଷୟ ହୋଇପାରେ। ସୁସ୍ଥ ରହିବେ। ସ୍ନେହ, ଶ୍ରଦ୍ଧା ପାଇ ସହାୟକଙ୍କ ନିକଟରେ କୃତଜ୍ଞ ହେବେ। ଋଣ ପରିଶୋଧ କରି ଧନହୀନ ହୋଇପାରନ୍ତି।
ବୃଷ : ନିଧି ପ୍ରାପ୍ତିରେ ଚିତ୍ତ ସନ୍ତୁଷ୍ଟ ହେବ। ବହୁ ସୁଖର ଅଧିକାରୀ ହେବେ। ପତ୍ନୀ ପ୍ରତିପ୍ରାଣା ହୋଇପାରନ୍ତି। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବୁଦ୍ଧିମାନ୍ ହେବେ। ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମିଥୁନ : ପ୍ରିୟଜନ, ଆତ୍ମୀୟ ଓ ବନ୍ଧୁବାନ୍ଧବ ସମେତ ବହୁ ସୁଖର ଅଧିକାରୀ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ସଦାସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହେବେ। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ପରିଶ୍ରମର ମୂଲ୍ୟ ମିଳିବ।
କର୍କଟ : ଚିନ୍ତାଧାରା ଉନ୍ନତମାନର ହେବ। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଅଶାନ୍ତିର ଅବସାନ ଘଟିବ। ସରକାରୀ ସ୍ତରରେ ଲାଭବାନ୍ ହେବେ।
ସିଂହ : ସ୍ବଚ୍ଛ ଧନ ପ୍ରାପ୍ତିର ସୂଚନା ମିଳୁଛି। ସଂସ୍ଥାର ଅଧିପତି ବା ଉପଯୁକ୍ତ ପରାମର୍ଶଦାତା ହୋଇପାରନ୍ତି। ପୁତ୍ର ସନ୍ତାନର ଲାଳସା ଅଛି। ମଧ୍ୟମ ଧରଣର ଶୁଭଫଳ ମିଳିବ। ପ୍ରତିଶୋଧର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା : ମତିଗତି ପ୍ରେମପୂର୍ଣ୍ଣ ହୋଇପାରେ। ଚାରୁଚନ୍ଦ୍ର ସଦୃଶ ମୁଖମଣ୍ଡଳ ଶୋଭା ପାଇବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଧର୍ମ ଧ୍ବଜାଧାରୀ ହେବେ। ଜ୍ୟେଷ୍ଠ ଓ ଶ୍ରେଷ୍ଠ ସମ୍ମାନଧାରୀ ହୋଇପାରନ୍ତି।
ତୁଳା : ଅପବ୍ୟୟରୁ ବର୍ତ୍ତିବା ପାଇଁ ଉଦ୍ୟମ ଜାରି ରଖିବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟର ସାମଗ୍ରିକ ଭାବେ ବିଘ୍ନ ଉପୁଜିପାରେ। ତୀର୍ଥଯାତ୍ରୀଙ୍କ ସେବାରେ ଧନ ବ୍ୟୟ କରିବେ।
ବିଛା : ଜଣେ ବିଜ୍ଞ ଓ ସତ୍ ପରାୟଣ ବ୍ୟକ୍ତିଭାବେ ଜନସାଧାରଣଙ୍କ ଆଦରର ପାତ୍ର ହେବେ। ବକ୍ତବ୍ୟ ହୃଦୟସ୍ପର୍ଶୀ ହେବ। ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିୟୋଜିତ ହେବେ। ସୁଖ ସମ୍ମାନ ଲାଭ କରିପାରନ୍ତି।
ଧନୁ : କୃଷି ଉପରେ ପ୍ରାଧାନ୍ୟ ଦେବେ। ରାଜରାଜୁଡ଼ା ସୁଖ ଭୋଗ କରିପାରନ୍ତି। ମହାନ୍ ଜନନାୟକଭାବେ ପୂଜ୍ୟ ହେବେ। ଗୁଣୀ, ଜ୍ଞାନୀରେ ମହିମାମୟ ହୋଇପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ।
ମକର : ଅଭୀଷ୍ଟ ସିଦ୍ଧି ପ୍ରାପ୍ତିର ସୂଚନା ମିଳୁଛି। ସପତ୍ନୀକ ମହତ୍ କାର୍ଯ୍ୟରେ ଯୋଗଦାନ କରି କୃତକାର୍ଯ୍ୟ ହୋଇପାରନ୍ତି। କ୍ଷମତାର ପରିସର ବୃଦ୍ଧି ହୋଇପାରେ। ପ୍ରତିଯୋଗିତାରେ ବିଜୟୀ ହେବେ। ଶୁଭଫଳ ମିଳିବ।
କୁମ୍ଭ : କେହି ଅପବାଦ ଦେଇ ଆପଣଙ୍କ ପୁଣ୍ୟ କ୍ଷୟ କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। କର୍ମଚଞ୍ଚଳ ରହିବେ। ଚିନ୍ତା ଜର୍ଜରିତ ହୋଇପାରନ୍ତି। ବିରୋଧୀଙ୍କୁ ଦୃଢ଼ ଜବାବ ଦେବେ।
ମୀନ : ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସପତ୍ନୀକ ଆନନ୍ଦ ଉତ୍ସବରେ ସମୟ ବିତାଇ ପାରନ୍ତି। ରୁଚିକର ଭୋଜନ ମିଳିପାରେ।






More Stories
ପ୍ରଶଂସା ମିଳିବ…..
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..