ରିପୋର୍ଟ କାର୍ଡ / ନୂଆପଡା
ଆସନ୍ତା ୧୭ତାରିଖରେ ଛତିଶଗଡ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଓଡିଶା-ଛତିଶଗଡ ସୀମାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ନୂଆପଡା ସୀମାନ୍ତ ମହାସମୁନ୍ଦ ଓ ଗରିଆବନ୍ଧ ଜିଲ୍ଲା ନକ୍ସଲ ପ୍ରଭାବିତ। ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମୈନପୁର ଥାନା ଆମାମୋଲା ପୁଲିଂ ବୁଥର ସମସ୍ତ ପାର୍ଟି ଆସନ୍ତା ୧୬ ତାରିଖ ଦିନ ନୂଆପଡ଼ା କୋମନା ଥାନା ସୁନାବେଡା ସିଆରପିଏଫ କ୍ୟାମ୍ପରେ ରହିବେ। ୧୭ ତାରିଖ ସକାଳୁ ଭୋଟଦାନ ପୂର୍ବରୁ କଡା ସୁରକ୍ଷାରେ ମତଦାନ କେନ୍ଦ୍ରରେ ପହଞ୍ଚିବେ। ଆମାମୋଲା ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ଓଡିଶା ଓ ଛତିଶଗଡ ପୋଲିସ ପକ୍ଷରୁ ଏକ ବଡ ଧରଣର ସର୍ଚ୍ଚ ଅପରେସନ କରାଯିବ ବୋଲି ନୂଆପଡା ଏସପି ସୂଚନା ଦେଇଛନ୍ତି।






More Stories
ଜଳ ଜୀବନର ଆଧାର……
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..