ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଏହି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ‘X’ ଏକାଉଣ୍ଟରେ ଶୁକ୍ରବାର ଲେଖାଯାଇଛି ଯେ ଦକ୍ଷିଣପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୧୫ ନଭେମ୍ବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ସ୍ଥାନ ଶୁଖିଲା ଥିଲା। ସେହିଭଳି ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ବେଳେ ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଥିଲା। କୋରାପୁଟର ସେମିଳିଗୁଡ଼ାରେ ୧୧.୧ ଡିଗ୍ରୀ, କୋରାପୁଟରେ ୧୧.୬, କେନ୍ଦୁଝରରେ ୧୨.୮, ଫୁଲବାଣୀରେ ୧୩, ଦାରିଙ୍ଗବାଡ଼ିରେ ୧୩, କିରେଇରେ ୧୩.୭, ଭବାନୀପାଟଣାରେ ୧୫ ଓ ନବଗରଙ୍ଗପୁରରେ ୧୫ ଡିଗ୍ରୀ ରେକର୍ଡ କରାଯାଇଥିଲା।






More Stories
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..