ରିପୋର୍ଟ କାର୍ଡ / ନବରଙ୍ଗପୁର
ଶିକ୍ଷକ ହୋଇ ଛାତ୍ରୀଙ୍କ ଉପରେ ପକାଇ ଥିଲେ ଲୋଲୁପ ଦୃଷ୍ଟି । ଖରାପ କର୍ମ ପାଇଁ ଜେଲ୍ ଗଲେ ଦୁଇ ଶିକ୍ଷକ । ଏଭଳି ଲଜ୍ୟାକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ | ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜେଲ୍ ଗଲେ ଦୁଇ ଶିକ୍ଷକ । ଗିରଫ ଶିକ୍ଷକଦ୍ୱୟ ସେହି ସ୍କୁଲର ପ୍ରଧାନ ଶିକ୍ଷକ ସୁଚନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝୀ । କୁନ୍ଦେଇ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ପୋକ୍ସୋ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବା ପରେ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡ଼ିଛିଏହି ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବା ସଂପୃକ୍ତ ନାବାଳିକା ପାଖକୁ ଯାଇ ପୋଲିସ ସମସ୍ତ ତଥ୍ୟ ସଂଗ୍ରହ କରିଛି। ସୂଚନାଯୋଗ୍ୟ, କୁନ୍ଦେଇ ଥାନା ଅଞ୍ଚଳର ଏକ ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗତ ୭ ତାରିଖ ଦିନ ପ୍ରଧାନ ଶିକ୍ଷକ ସଚିତ୍ରନନ୍ଦନ ବିଶ୍ୱାସ ଏବଂ ସହକାରୀ ଶିକ୍ଷକ କେଶବ ମାଝୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସଂପୃକ୍ତ ଛାତ୍ରୀଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଦୁଇ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା ଚଳାଇଥିବା କୁନ୍ଦେଇ ଥାନା ପୋଲିସ ଶେଷରେ ସେମାନଙ୍କୁ ଗିରଫ କରିଛି।






More Stories
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..