Report Card Odisha

| Daily Odia News

ବନ୍ଧା ହେଲେ ବିଜ୍ଞାନ ଶିକ୍ଷକ….

ରିପୋର୍ଟ କାର୍ଡ / ବଲାଙ୍ଗିର

ବଲାଙ୍ଗିରରେ ପୁଣି ଧରା ପଡ଼ିଲେ ଜଣେ ନକଲି ଶିକ୍ଷକ । ଜାଲ୍ ସାର୍ଟିଫିକେଟର ଦେଖାଇ ଚାକିରି କରି ବିଜ୍ଞାନ ଶିକ୍ଷକ ହୋଇଥିଲେ । ଆଉ ଏବେ ସବୁ ଜଣାପଡିବା ପରେ ବନ୍ଧା ହୋଇଛନ୍ତି ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭକ୍ତ ଚରଣ ସେଠ । ଗତ ୨୦୨୨ ମସିହାରେ ଜାଲ ବି.ଇ.ଡ଼ି ସାର୍ଟିଫିକେଟ ଦେଇ ଭକ୍ତ ଚରଣ ସେଠ ଚାକିରି କରିଥିବା ଅଭିଯୋଗ ହୋଇଛି । ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା । ଏନେଇ ଗତ ୯ ତାରିଖ ଟାଉନ ଥାନରେ ଜିଲ୍ଲା ଶିକ୍ଷା ଅଧିକାରୀ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ ପୋଲିସ ଭକ୍ତ ଚରଣ ସେଠଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Breaking News