ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ବାଣ ଫୁଟାଇବା ବେଳେ ଅନେକ ସ୍ଥାନରେ ଅଘଟଣ ଘଟିଛି। କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆହତ ଚିକିତ୍ସାଧୀନ ଅଛନ୍ତି। ଆହତମାନଙ୍କ ମଧ୍ୟରେ ମହିଳା ଓ ପୁରୁଷ ଥିବା ବେଳେ ଛୋଟ ପିଲା ମଧ୍ୟ ଅଛନ୍ତି। ବାଣ ଫୁଟେଇବା ବେଳେ କାହାର ହାତରେ ପୋଡ଼ି ଯାଇଛି ଆଉ କିଏ ନିଆଁରେ ପୋଡ଼ି ହୋଇଯାଇଛନ୍ତି। କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଟିମ ସେମାନଙ୍କର ଚିକିତ୍ସା କରୁଛନ୍ତି। ସୂଚନାଯୋଗ୍ୟ, ଗତକାଲି ଦୀପାବଳି ଅବସରରେ ଭୁବନେଶ୍ୱର ସ୍ଥିତ ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁରେ ଗ୍ୟାରେଜରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। । ଗ୍ୟାରେଜରେ ଓଲଡିଂ ଚାଲିଥିବା ବେଳେ ବସରେ ନିଆଁ ଲାଗିଯାଇଥିବା ସୂଚନା ରହିଛି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..