Report Card Odisha

| Daily Odia News

ଓଏଏସ୍ ଅଫିସରସ୍ତରରେ ବଦଳି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ନିୟତି ପଟ୍ଟନାୟକଙ୍କୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍‌ମୋନାଲିସା ଲେଙ୍କାଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀର ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଗତ ଅଗଷ୍ଟ ମାସରେ ତାଙ୍କୁ ଓଡ଼ିଶା ରାଜ୍ୟ ମଦ ନିଗମର ଜେନେରାଲ ମ୍ୟାନେଜର ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ସେହିପରି ପଂଚାୟତିରାଜ ବିଭାଗ ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଧରଣୀଧର ନନ୍ଦଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଦୁର୍ଗାପ୍ରସାଦ ମହାରଣାଙ୍କୁ ଓଡ଼ିଶା ରାଜ୍ୟ ମଦ ନିଗମର ଜେନେରାଲ ମ୍ୟାନେଜର, ବରିଷ୍ଠ ଓଏଏସ୍ ମମତା ରାଣୀ ନାଏକଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଏବଂ ଓଏଏସ୍ ଟୁନୁ ମେହେରଙ୍କୁ ସମ୍ବଲପୁର ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି।

Breaking News