ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଜଣେ ଏକଚ୍ଛତ୍ରବାଦୀ | ଏକ ଗୁରୁତ୍ବପୂର୍ଣ୍ଣ ଶିଖର ବୈଠକରେ ତାଙ୍କୁ ସାକ୍ଷାତ୍ କରିବାର ଅଳ୍ପ ସମୟ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ତାଙ୍କୁ କ’ଣ ଏବେ ବି ‘ଏକଚ୍ଛତ୍ରବାଦୀ’ କହିବେ କି ବୋଲି ସାମ୍ବାଦିକ ସମ୍ମିଳନୀର ଶେଷ ଆଡ଼କୁ ଜଣେ ସାମ୍ବାଦିକ ପଚାରିବାରୁ ରାଷ୍ଟ୍ରପତି ବାଇଡେନ୍ କହିଲେ, ହଁ, ସେ ଜଣେ ଏକଚ୍ଛତ୍ରବାଦୀ। ମୋ କହିବାର ତାତ୍ପର୍ଯ୍ୟ ହେଉଛି, ଗୋଟାଏ କମ୍ୟୁନିଷ୍ଟ୍ ରାଷ୍ଟ୍ର ଶାସନ କରୁଥିବା କାରଣରୁ ସେ ଏକଚ୍ଛତ୍ରବାଦୀ। ତାଙ୍କ ସରକାର ଆମ ସରକାରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସୂଚନାଯୋଗ୍ୟ, ପ୍ରାୟ ଏକ ବର୍ଷ ପରେ ବୁଧବାର ଦିନ ଉଡ୍ସାଇଡ୍ସ୍ଥିତ ଫାୟୋଲି ମାନ୍ସନ୍ରେ ବାଇଡେନ୍ ଓ ସି’ ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଏକତ୍ର ଅତିବାହିତ କରିଥିଲେ। ଏହି ବୈଠକରେ ଦୁଇ ନେତା ଦ୍ବିପାକ୍ଷିକ ସମ୍ପର୍କ, ଆଞ୍ଚଳିକ ଓ ଇରାନ୍, ମଧ୍ୟପ୍ରାଚ୍ୟ, ୟୁକ୍ରେନ୍, ତାଇୱାନ୍, ପ୍ରଶାନ୍ତ-ମହାସାଗରୀୟ, ଆର୍ଥିକ ସମସ୍ୟା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍, ଡ୍ରଗ୍ ଓ ଜଳବାୟୁ ପରିବର୍ତ୍ତନ ଭଳି ପ୍ରମୁଖ ବୈଶ୍ବିକ ସମସ୍ୟା ସମେତ ଅନେକ ବିଷୟରେ ଆଲୋଚନା କରିଥିଲେ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……