ରିପୋର୍ଟ କାର୍ଡ / ଭୁବନେଶ୍ବର
ଅଣଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ଜମି ହସ୍ତାନ୍ତର ନେଇ ନଭେମ୍ବର ୧୪ରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା। କ୍ୟାବିନେଟ୍ର ଏହି ନିଷ୍ପତ୍ତିକୁ ଅନେକ ଆଦିବାସୀ ନେତା ଓ ବିରୋଧୀ ଦଳ ବିରୋଧ କରିଥିଲେ। ଏଣୁ ବାଧ୍ୟ ହୋଇ ଏହି ନିଷ୍ପତ୍ତି ଉପରେ ସରକାର ରୋକ୍ ଲଗାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଜମି ହସ୍ତାନ୍ତର, ବନ୍ଧକ ଓ ଉପହାର ନେଇ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ଏ ସଂକ୍ରାନ୍ତରେ ଦୀର୍ଘଦିନ ଧରି ସେମାନଙ୍କର ରହିଆସିଥିବା ଦାବିକୁ ସରକାର ପୂରଣ କରିଥିଲେ। ଅନୁସୂଚିତ ଜନଜାତି ବର୍ଗର ଜମି ହସ୍ତାନ୍ତର ସରଳ ହେବା ପ୍ରକ୍ରିୟା ଉପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରତିକ୍ରିୟା ରଖିଥିଲେ। ରାଜସ୍ୱ ମନ୍ତ୍ରୀ କହିଥିଲେ, ଆଦିବାସୀ ଭାଇମାନେ ପୂର୍ବରୁ ଅସୁବିଧା ସମୟରେ ଜମିକୁ ନିଜ କାମରେ ଲଗେଇ ପାରୁ ନଥିଲେ। ଏବେ ସେ ନିୟମରେ କିଛି ପରି ବର୍ତ୍ତମାନ କରାଯାଇଛି। ଏହା ଦ୍ୱାରା ଆଦିବାସୀ ବର୍ଗ ଉପକୃତ ହେବେ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..