ରିପୋର୍ଟ କାର୍ଡ / ଲାଞ୍ଜିଗଡ଼
ଲାଞ୍ଜିଗଡ଼ରେ ବିଧାୟକ ପ୍ରଦୀପ ଦିଶାରୀଙ୍କ ଗାଡ଼ିକୁ ଗାଁ ଭିତରକୁ ଛାଡ଼ିଲେ ନାହିଁ ଗ୍ରାମବାସୀ। ପ୍ରଥମେ ରାସ୍ତାର ମରାମତି କରାଯାଉ, ତା’ ପରେ ବିଧାୟକ ପାର୍କ ଓ ହଷ୍ଟେଲର ଉଦଘାଟନ କରିବେ ବୋଲି କହି ଜିଦ ଧରିଲେ ଲୋକେ | ଶେଷରେ ବିଧାୟକ ପାର୍କ ଓ ହଷ୍ଟେଲ ଉଦଘାଟନ ନ କରିପାରି ଫେରି ଯାଇଥିଲେ। କଳାହାଣ୍ଡି ଜିଲ୍ଲା ନିୟମଗି ତ୍ରିଲୋଚପୁରର ଗାଁ ରାସ୍ତା ଖାଲ, ଢିପ ରାସ୍ତାରେ ଲୋକେ ଯିବା ଆସିବା କରିବାରେ ହଇରାଣ ହେଉଛନ୍ତି। ଅଞ୍ଚଳବାସୀ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ରାସ୍ତା ମରାମତି କରିବା ପାଇଁ ଦାବି କରିଥିଲେ। ହେଲେ କିଛି ସୁଫଳ ମିଳି ନଥିଲା। ଏହି ରାସ୍ତାରେ ଲକ୍ଷ୍ମୀ ବସ୍ ଚଳାଚଳ କରୁଥିଲା। କିନ୍ତୁ ରାସ୍ତା ଖରାପ ହୋଇଥିବା ଯୋଗୁ କିଛି ଦିନ ଚାଲିବା ପରେ ବନ୍ଦ ହୋଇଯାଇଥିଲା। ଗୁରୁବାର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ତ୍ରିଲୋଚପୁରରେ ନିର୍ମିତ ହୋଇଥିବା ଛେଳି ହଷ୍ଟେଲ ଓ ପାର୍କର ଉଦଘାଟନ କରିବା ପାଇଁ ଯାଇଥିଲେ। ହେଲେ ଗ୍ରାମବାସୀ ବିଧାୟକଙ୍କୁ ଗାଁ ଭିତରକୁ ପୂରାଇ ଦେଇନଥିଲେ |
ବିଧାୟକଙ୍କୁ ଗାଁ ଭିତରକୁ ପୂରାଇ ଦେଲେନି ଲୋକେ…..






More Stories
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..