Report Card Odisha

| Daily Odia News

ଭୁବନେଶ୍ୱରରେ ହେବ ବାୟୋ ମିଥେନ୍‌ ଗ୍ୟାସ ପ୍ଲାଣ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅଳିଆ ଅଲଗା ଅଲଗା ନଦେଲେ ନେବନାହିଁ ବିଏମସି । ରାଜଧାନୀବାସୀଙ୍କୁ ସଚେତନ କରାଇବା ପାଇଁ ଏପରି କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେ। ବିଏମସି ବାୟୋ ମିଥେନ ଗ୍ୟାସ୍‌ ପ୍ଲାଣ୍ଟ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ଲାଣ୍ଟ ପାଇଁ ଓଦା ଅଳିଆ ବ୍ୟବହାର ହେବ। ଏବେ ମଧ୍ୟ ଅନେକ ଲୋକେ ଅଲଗା ଅଲଗା ଅଳିଆ ଦେଉନାହାନ୍ତି। ତେଣୁ ଅଲଗା ଅଲଗା ଅଳିଆ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛୁ ବୋଲି ବିଏମସି କମିଶନର କହିଛନ୍ତି। ଓଦା ଅଳିଆକୁ ପ୍ରକ୍ରିୟା କରଣ କରିବାକୁ ଖୁବ୍‌ ଶୀଘ୍ର ଭୁବନେଶ୍ୱର ମହାନଗରରେ ୪ଟି ଜାଗାରେ ବାୟୋ ମିଥେନ୍‌ ଗ୍ୟାସ ପ୍ଲାଣ୍ଟ ନିର୍ମାଣ କରାଯିବ। ପିପିପି ମୋଡ୍‌ରେ ଭୁବନେଶ୍ୱର ଉପକଣ୍ଠ ରୋକଟ, ମେହେର ପଲ୍ଲୀ, କୋଚିଲପୁଟ ଓ ବାସୁଆଘାଇରେ ବାୟୋ ମିଥେନ୍‌ ଗ୍ୟାସ୍‌ ପ୍ଲାଣ୍ଟ ନିର୍ମାଣ ହେବ। ପ୍ଲାଣ୍ଟରୁ ନିର୍ଗତ ଗ୍ୟାସକୁ ସିଏନ୍‌ଜି ଗ୍ୟାସ୍‌ରେ ପରିଣତ କରି ବିକ୍ରି କରାଯିବ। ପ୍ଲାଣ୍ଟରୁ ନିର୍ଗତ ଆବର୍ଜନାକୁ ସିମେଣ୍ଟ ଫ୍ୟାକ୍ଟ୍ରିରେ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖିଛି ବିଏମ୍‌ସି। ୫୦ଟିବିଟି କ୍ଷମତା ବିଶିଷ୍ଟ ୪ଟି ପ୍ଲାଣ୍ଟରେ ଦୈନିକ ୨୦୦ ଟନ୍‌ ଓଦା ଅଳିଆକୁ ପ୍ରକ୍ରିୟା କରଣ କରାଯିବ। ୪ଟି ପ୍ଲାଣ୍ଟରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ ହୋଇଥିବା ବେଳେ ଏବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଏମସି ସୂଚନା ଦିଅଯାଇଛି।ଓଦା ଅଳିଆକୁ ପ୍ରକ୍ରିୟା କରଣ କରିବାକୁ ଖୁବ୍‌ ଶୀଘ୍ର ଭୁବନେଶ୍ୱର ମହାନଗରରେ ୪ଟି ଜାଗାରେ ବାୟୋ ମିଥେନ୍‌ ଗ୍ୟାସ ପ୍ଲାଣ୍ଟ ନିର୍ମାଣ କରାଯିବ। ପିପିପି ମୋଡ୍‌ରେ ଭୁବନେଶ୍ୱର ଉପକଣ୍ଠ ରୋକଟ, ମେହେର ପଲ୍ଲୀ, କୋଚିଲପୁଟ ଓ ବାସୁଆଘାଇରେ ବାୟୋ ମିଥେନ୍‌ ଗ୍ୟାସ୍‌ ପ୍ଲାଣ୍ଟ ନିର୍ମାଣ ହେବ। ପ୍ଲାଣ୍ଟରୁ ନିର୍ଗତ ଗ୍ୟାସକୁ ସିଏନ୍‌ଜି ଗ୍ୟାସ୍‌ରେ ପରିଣତ କରି ବିକ୍ରି କରାଯିବ। ପ୍ଲାଣ୍ଟରୁ ନିର୍ଗତ ଆବର୍ଜନାକୁ ସିମେଣ୍ଟ ଫ୍ୟାକ୍ଟ୍ରିରେ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖିଛି ବିଏମ୍‌ସି। ୫୦ଟିବିଟି କ୍ଷମତା ବିଶିଷ୍ଟ ୪ଟି ପ୍ଲାଣ୍ଟରେ ଦୈନିକ ୨୦୦ ଟନ୍‌ ଓଦା ଅଳିଆକୁ ପ୍ରକ୍ରିୟା କରଣ କରାଯିବ। ୪ଟି ପ୍ଲାଣ୍ଟରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ ହୋଇଥିବା ବେଳେ ଏବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଏମସି ସୂଚନା ଦିଅଯାଇଛି।

Breaking News