ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅହମଦାବାଦରେ ‘ଆଇସିସି ବିଶ୍ବକପ୍ ୨୦୨୩’ ଫାଇନାଲ୍ ମ୍ୟାଚ | ଏହାକୁନେଇ ଦେଶରେ କରିସାକେତ ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି | ଖେଳ ଦେଖି ଯିବା ପାଇଁ ଯାତ୍ରୀସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତୀୟ ରେଳବାଇ ସ୍ବତନ୍ତ୍ର ରେଳ ସେବା ଯୋଗାଇ ଦେବ ବୋଲି ଘୋଷଣା କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ରବିବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ‘ଆଇସିସି ବିଶ୍ବକପ୍ ୨୦୨୩’ ଫାଇନାଲ୍ ମ୍ୟାଚ୍ ଖେଳାଯିବ।ସେଥିପାଇଁ ଏହି ସ୍ବତନ୍ତ୍ର ରେଳ ସବୁ ଦିଲ୍ଲୀରୁ ମୁମ୍ବାଇ ଓ ସେଠାରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବ। ଆଜି ଅର୍ଥାତ୍ ଶନିବାର ସନ୍ଧ୍ୟା ବେଳେ ଉକ୍ତ ଟ୍ରେନ୍ ଯାତ୍ରା ଆରମ୍ଭ କରି ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ। ଗୋଟିଏ ଟ୍ରେନ୍ ଦିଲ୍ଲୀରୁ ଛାଡ଼ିବାକୁ ଥିବା ବେଳେ ବାକି ୩ଟି ଟ୍ରେନ୍ ମୁମ୍ବାଇରୁ ଅହମଦାବାଦ ମଧ୍ୟର ଚଳାଚଳ କରିବ।






More Stories
ମହିଳା ସଂରକ୍ଷଣ ଆଇନ ଏହିଦିନ କାର୍ଯ୍ୟକାରୀ ହେବ:ବିଜ୍ଞପ୍ତି ଜାରି….
ଡିଏମ୍କେ ଲାଗି ପ୍ରଚାର କରିବେ କେଜରିୱାଲ….
ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ…..