Report Card Odisha

| Daily Odia News

ପାକିସ୍ତାନକୁ ସହାୟତା ବନ୍ଦ କର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନକୁ ଦିଆଯାଉଥିବା ସହାୟତା ବନ୍ଦ କରିବା ଲାଗି ଆମେରିକା କଂଗ୍ରେସର ୧୧ଜଣ ସଦସ୍ୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନଙ୍କ ନିକଟକୁ ଚିଠି ଲେଖିଛନ୍ତି। ସାଂସଦମାନେ ତାଙ୍କ ଚିଠିରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ବ ପ୍ରଶାସନକୁ ନିବେଦନ କରିଛନ୍ତି ଯେ ପାକିସ୍ତାନରେ ସାମ୍ବିଧାନିକ ବିଧିବ୍ୟବସ୍ଥା ପୁନସ୍ଥାପନ ହେବା ପର୍ଯ୍ୟନ୍ତ ଏହାକୁ ଦିଆଯାଉଥିବା ସହାୟତା ବନ୍ଦ କରାଯିବା ଦରକାର। ସାମ୍ବିଧାନିକ ବିଧି ବ୍ୟବସ୍ଥା କାର୍ଯ୍ୟକାରୀ ପୂର୍ବକ ପାକିସ୍ତାନରେ ମୁକ୍ତ ଓ ଅବାଧ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ଜରୁରୀ ବୋଲି ସାଂସଦମାନେ କହିଛନ୍ତି। ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁଙ୍କୁ ଦଣ୍ଡିତ କରିବା ଲାଗି ସରକାର ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ଈଶ୍ବର ନିନ୍ଦାକାରୀଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଆଇନରେ ପରିବର୍ତ୍ତନ କରାଯାଇଛି। ଆଇନରେ ଏପରି ପରିବର୍ତ୍ତନକୁ ନେଇ ଆମେରିକା ଉଦ୍‌ବେଗ ପ୍ରକାଶ କରିଛି। ଈଶ୍ବର ନିନ୍ଦାକାରୀଙ୍କୁ ଦଣ୍ଡିତ କରିବା ଲାଗି ପାକିସ୍ତାନ ସଂସଦରେ ଫୌଜଦାରୀ ଆଇନ (ସଂଶୋଧନ) ବିଧେୟକ ୨୦୨୩ ଗୃହୀତ ହୋଇଛି। ଏହି ବିଧେୟକକୁ ଅତ୍ୟନ୍ତ ତରବରିଆ ଭାବେ ଗୃହୀତ କରାଯାଇଥିବାବେଳେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଏହି ବିଧେୟକ ଗୃହୀତ ହେବାର ୮ଦିନ ପରେ ପାକିସ୍ତାନରେ ଏକ ଚର୍ଚ୍ଚକୁ ଭଙ୍ଗାରୁଜା କରାଯିବା ସହ ଜରନୱାଲାରେ ଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ଘର ପୋଡି ଦିଆଯାଇଥିଲା। ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଏପରି ଅତ୍ୟାଚାର ପ୍ରତି ସେଠାକାର ସରକାର ନିରବ ରହିଆସୁଥିବାରୁ ଆମେରିକା ସାଂସଦମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Breaking News