ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀରୁ ଭାରତ ଆସୁଥିବା ଜାହାଜ ହାଇଜ୍ୟାକ୍ ହୋଇଛି । ଭାରତ ଅଭିମୁଖେ ଯାତ୍ରା କରୁଥିବା ଏକ ମାଲବାହୀ ଜାହାଜକୁ ୟେମେନର ହାଉତି ବିଦ୍ରୋହୀମାନେ ଲୋହିତ ସାଗରରେ ଅପହରଣ କରି ନେଇଥିବା ଜଣାପଡିଛି। ଏନେଇ ଇସ୍ରାଏଲ ଅଭିଯୋଗ କରିଛି। ଏହି ଜାହାଜରେ ବିଭିନ୍ନ ଦେଶରୁ ପ୍ରାୟ ୫୦ଜଣ ସଦସ୍ୟ ଅଛନ୍ତି। ସେମାନଙ୍କୁ ମଧ୍ୟ ପଣବନ୍ଦୀ କରାଯାଇଛି। ଜାହଜକୁ ହାଇଜ୍ୟାକ୍ କରାଯାଇଥିବା ନେଇ ଇସ୍ରାଏଲ ସେନା ଦାବି କରିଛି। “ଦକ୍ଷିଣ ଲୋହିତ ସାଗରରେ ୟେମେନ ନିକଟରେ ହାଉତିମାନଙ୍କ ଦ୍ୱାରା ଏକ ମାଲବାହୀ ଜାହାଜକୁ ହାଇଜ୍ୟାକ୍ କରିବା ବିଶ୍ୱ ପାଇଁ ଏକ ଗୁରୁତର ଘଟଣା। ଜାହାଜଟି ତୁର୍କୀ ଛାଡି ଭାରତକୁ ଯାଇଥିଲା। ଏଥିରେ ବିଭିନ୍ନ ଦେଶର ନାଗରିକ କାର୍ଯ୍ୟରତ ଅଛନ୍ତି। ଏଥିରେ କୌଣସି ଇସ୍ରାଏଲ୍ ବାସିନ୍ଦା ନାହାଁନ୍ତି। ଏହା ଏକ ଇସ୍ରାଏଲ୍ ଜାହାଜ ନୁହେଁ ବୋଲି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଟ୍ୱିଟରରେ ପୋଷ୍ଟ କରି କହିଛି। ସେପଟେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଗାଲାକ୍ସି ଲିଡର୍(ଜାହାଜର ନାଁ) ରେ କୌଣସି ଭାରତୀୟ ନଥିବା କୁହାଯାଇଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……