ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୧୦ ଦିନ ପରେ ଉତ୍ତରାଖଣ୍ଡ ଟନେଲ ଭିତରେ ଫସିଥିବା ୪୧ ଶ୍ରମିକଙ୍କର ପ୍ରଥମ ଚିତ୍ର ସାମନାକୁ ଆସିଛି। ଏଣ୍ଡୋସ୍କୋପି କ୍ୟାମେରା ମାଧ୍ୟମରେ ଟନେଲ ଭିତରର ସମ୍ପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି । ଏଥିସହ ଦୀର୍ଘ ୯ ଦିନ ପରେ ଗତରାତିରେ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ଡ୍ରିଲ ସାହାଯ୍ୟରେ ଶ୍ରମିକମାନଙ୍କ ପାଖକୁ ଯାଇଥିବା ୬ ଇଞ୍ଚ ବ୍ୟାସର ଏକ ପାଇପରେ ଏହି ଏଣ୍ଡୋସ୍କୋପି କ୍ୟାମେରା ରହିଛି। ଫଳରେ ଟନେଲ୍ ଭିତରେ ଶ୍ରମିକମାନେ କେମିତି ଅଛନ୍ତି କଣ କରୁଛନ୍ତି ସବୁ ଗତିବିଧି ଉପରେ ନଜର ରଖିପାରିଛି ଉଦ୍ଧାରକାରୀ ଟିମ୍। କ୍ୟାମେରାରେ ଦେଖି, ୱାକିଟକିରେ ସମ୍ପର୍କ କରିବାକୁ ଫସିଥିବା ଶ୍ରମିକଙ୍କୁ କୁହାଯାଉଥିବା ଭିଡିଓରେ ନଜର ଆସିଛି। ଏହାଦ୍ୱାରା ସେମାନଙ୍କ ମନୋବଳ ବୃଦ୍ଧି ପାଇଛି ଓ ବାହାରକ ଆସିବାର ଆଶା ଉଜ୍ଜୀବୀତ ହୋଇଛି। ସେପଟେ ପାଇପ ସାହାଯ୍ୟରେ ରନ୍ଧାଖାଦ୍ୟ, ଫଳ, ୱାକିଟକି, ଚାର୍ଜର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ସେମାନଙ୍କ ପାଖକୁ ପଠାଯାଉଛି। ଦୀର୍ଘ ୯ ଦିନ ପରେ ଗତରାତିରେ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖେଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଥିବା ସୂଚନା ମିଳିଛି | ରନ୍ଧାଖାଦ୍ୟକୁ ସିଲିଣ୍ଡର ଆକୃତିର ଛୋଟଛୋଟ ବୋତଲରେ ଭର୍ତ୍ତି କରିଦିଆଯାଉଛି। ପ୍ରତି ଶ୍ରମିକଙ୍କ ପାଇଁ ୭୫୦ ଗ୍ରାମର ଖାଦ୍ୟ ପଠାଯାଇଛି । ପୂର୍ବରୁ ଭିତରକୁ ଯାଇଥିବା ୪ ଇଞ୍ଚ ଓସାରର ପାଇପରେ କେବଳ ଶୁଖିଲା ଖାଦ୍ୟ ଓ ପାନୀୟ ପଠାଯାଉଥିଲା। ସେପଟେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……