Report Card Odisha

| Daily Odia News

ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ୩ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି | ଏଭଳି ଦୁଃଖଦ ଘଟଣା ଘଟିଛି ବିହାରର ମଧେପୁରା ଜିଲ୍ଲାରେ । ଜିଲ୍ଲାପାଳଙ୍କ ସରକାରୀ ଗାଡି ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଜିଲ୍ଲାପାଳ ବିଜୟ ପ୍ରକାଶ ମୀନା ଦାରବଙ୍ଗାରୁ ଫେରୁଥିଲେ। ଏହି ସମୟରେ ମଧେପୁରା ଜିଲ୍ଲାର 57 ନଂ ଜାତୀୟ ରାଜପଥ ପୁରୱାରୀ ଟୋଲ୍ ନିକଟରେ ହଠାତ୍ ଲୋକମାନଙ୍କ ଉପରେ ଗାଡି ମାଡି ଯାଇଥିଲା। ପ୍ରଥମେ ଜଣେ ଶ୍ରମିକଙ୍କୁ ଧକ୍କା ଦେବା ପରେ ଅନ୍ୟମାନଙ୍କ ଉପରେ ମାଡି ଯାଇଥିଲା ଗାଡି। ରକ୍ତ ଜୁଡୁବୁଡୁ ଅବସ୍ତାରେ ସମସ୍ତେ ଏଣେ ତେଣେ ଛିଟିକି ହୋଇ ପଡିଥିଲେ | ଜିଲ୍ଲାପାଳଙ୍କ ସମେତ ଗାଡିରେ ଥିବା ଅନ୍ୟମାନେ ଘଟଣାସ୍ଥଳରୁ ସେଠାରୁ ଚାଲି ଯାଇଥିଲେ।
ଗୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି |

 

Breaking News