Report Card Odisha

| Daily Odia News

ଆଟାଚିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ଅଭିଯୁକ୍ତ ଗିରଫ……

ରିପୋର୍ଟ କାର୍ଡ / ରାଉରକେଲା

ମୁମ୍ଵାଇ କୁର୍ଲା ରେଲଓ୍ଵେ ଷ୍ଟେସନରେ ବନ୍ଦ ଆଟାଚିରୁ ସୁନ୍ଦରଗଡ଼ର ଯୁବତୀ ପ୍ରତିମା ପାୱଲ କିସପଟ୍ଟା ଙ୍କ ମୃତଦେହ ଉଦ୍ଧାର ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଅସ୍କର ମନୋଜ ବାର୍ଲା । ସୂଚନା ମିଳିଛି ତାଙ୍କ ଘର ମଧ୍ୟ ସୁନ୍ଦରଗଡ଼ରେ। ଯୁବକ ମୃତା ଯୁବତୀଙ୍କ ସହ ଏକାଠି ମୁମ୍ବାଇର ଧରଭି ଅଞ୍ଚଳରେ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ। କରୋନା ସମୟରେ ମୁମ୍ବାଇରେ ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସହ ମନୋଜର ପ୍ରେମ ସମ୍ପର୍କ ଥିଲା । ମନୋଜ ତାଙ୍କୁ ଅନ୍ୟ ଯୁବକ ସହ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହରେ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି। ମନୋଜ ୧୯ ତାରିଖରେ ପ୍ରତିମାଙ୍କୁ ତଣ୍ଟିଚିପି ମାରିଦେବା ପରେ ଆଟାଚିରେ ଭର୍ତ୍ତି କରି କୁର୍ଲା ଷ୍ଟେସନ ନିକଟରେ ଫିଙ୍ଗି ଓଡ଼ିଶା ଚାଲି ଆସିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ହାତରେ ଧରା ପଡ଼ିଛି। ସାଙ୍ଗରେ ଯାଇଥିବା ଅନ୍ୟ ସାଥୀ ଶ୍ରମିକମାନଙ୍କ ଠାରୁ ସୂଚନା ପାଇ ପରିବାର ଲୋକେ ଗତକାଲି ମୁମ୍ବାଇ ଯାଇଛନ୍ତି। ଲେଫ୍ରିପଡ଼ା ଥାନା ବନ୍ଦଲିକାନି ଗାଁର ଅତି ଗରିବ ପରିବାରର ପ୍ରତିମା କରୋନା ସମୟରେ ରୋଜଗାର ଆଶାରେ ଅନ୍ୟ ସାଥୀମାନଙ୍କ ସହ ମୁମ୍ବାଇ ଚାଲିଯାଇ ସେଠାରେ ଏକ ମିଠା ଦୋକାନରେ କାମ କରୁଥିଲେ। ଗତ ୧୯ ତାରିଖରେ କୁର୍ଲା ଷ୍ଟେସନରେ ଏକ ବନ୍ଦ ଆଟାଚି ପଡ଼ିଥିବା ଦେଖି ଜିଆରପି ସନ୍ଦେହରେ ଖୋଲିବା ପରେ ଯୁବତୀଙ୍କ ମୃତଦେହ ମିଳିଥିଲା। ପରେ ମୃତାଙ୍କ ସାଥୀମାନେ ତାଙ୍କ ଚିହ୍ନଟ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ।

Breaking News