Report Card Odisha

| Daily Odia News

ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ,୩ ସହିଦ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କଶ୍ମୀରର ରଜୌରୀରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଭାରତୀୟ ସେନାର ଜଣେ ମେଜର୍‌ ଓ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ସେନା ଗୁଳିରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି। ରଜୌରୀର କାଲକୋଟ ଥାନା ଅନ୍ତର୍ଗତ ବାଜି ଗାଁର ଜଙ୍ଗଲରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ଏହାପରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍‌ ଗ୍ରୁପ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ସମୟରେ ଜଙ୍ଗଲ ଭିତରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଭାରତୀୟ ସେନାର ତିନି ଜଣ ସହିଦ ହୋଇଛନ୍ତି। ଜଙ୍ଗଲ ଭିତରେ ଆହୁରି ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଡ୍ରୋନ୍‌ ଓ ହେଲିକପ୍ଟର ସହାୟତାରେ ପୂରା ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ସୁରକ୍ଷାକର୍ମୀ ପକ୍ଷରୁ ନଜର ରଖାଯାଇଛି। ଜଙ୍ଗଳ ଅଞ୍ଚଳ ହୋଇଥିବାରୁ ସର୍ଚ୍ଚ ଅପରେସନ୍‌ରେ ସମସ୍ୟା ଦେଖା ଦେଇଛି।

 

Breaking News