ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଦିଲ୍ଲୀର ରାଜପଥରେ ଜଣେ ନାବାଳକ ଅନ୍ୟ ଜଣେ ଯୁବକଙ୍କୁ ଏକାଧିକଥର ଛୁରୀ ଭୁସି ହତ୍ୟା କରିବା ପରେ ଶବ ଉପରେ ଛିଡା ହୋଇ ନାଚିୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଉତ୍ତର-ପୂର୍ବ ଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ପୂରା ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ଭିଡିଓରେ ଦେଖାଯାଉଛି ଯେ, ଜଣେ ପିଲା ଅନ୍ୟ ଜଣେ ଯୁବକଙ୍କୁ ଏକାଧିକ ଥର ଛୁରୀ ଭୁଶୁଛି। ଏହାପରେ ଶବ ଉପରେ ଛିଡା ହୋଇ ନାଚୁଛି। ମୃତକଙ୍କୁ ୬୦ ଥର ଛୁରୀରରେ ଆକ୍ରମଣ କରାଯାଇଥିବା ପୋଲିସ କହିଛି।ମୃତ ଯୁବକଙ୍କଠୁ ଅଭିଯୁକ୍ତ ନାବାଳ 350 ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ୨୧ ତାରିଖ ରାତିରେ ଘଟିଥିଲା। ପୋଲିସ ସିସିଟିଭି ଫୁଟେଜ ଆଧାର କରି ଅଭିଯୁକ୍ତକୁ ଗିରଫ କରିଛି। ଘଟଣାସ୍ଥଳରେ ଫରେନ୍ସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି |






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..