ରିପୋର୍ଟ କାର୍ଡ / କଟକ
କଟକ ବାଲିଯାତ୍ରାର ଗୌରବମୟ ଇତିହାସ ରହିଛି। ଏହି ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ଏଥିନିମନ୍ତେ କେନ୍ଦ୍ରକୁ ଦାୟୀ କରିଛନ୍ତି କଟକ ମେୟର ସୁବାସ ସିଂ। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର କହିଛନ୍ତି ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି |ଅଥଚ ମାନ୍ୟତା ଦେଉନାହାନ୍ତି । ବାଲି ଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନିମନ୍ତେ ପୂର୍ବରୁ କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ ରାଜ୍ୟ ସରକାର। ତେବେ ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଜକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ ବୋଲି କହି ଚିଠି ଲେଖିଛି। ତେବେ ଏହି ମାନ୍ୟତା ଦେବାକୁ କିଏ ଉପଯୁକ୍ତ ଅଧିକାରୀ ବୋଲି ପଚାରିଛନ୍ତି ମେୟର ସୁବାସ ସିଂ।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..