ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଦିନିଆ ବର୍ଷା କାରଣରୁ ତାମିଲନାଡୁରେ ଆଠଟି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିବାରୁ ଆଜି ସମସ୍ତ ସ୍କୁଲ୍ ବନ୍ଦ ରହିଛି। ଛୁଟି ଘୋଷଣା ହୋଇଥିବା ଆଠ ଜିଲ୍ଲା ହେଉଛି ଥିରୁନେଲଭେଲି, କନ୍ୟାକୁମାରୀ, ଥୁଥୁକୁଡି, ଟେନକାସୀ, ବିରୁଥୁନଗର, ଥେନି, ପୁଡୁକୋଟ୍ଟାଇ ଏବଂ ନୀଳଗିରି ଜିଲ୍ଲା। ନଭେମ୍ବର ୨୨ ରେ, ପ୍ରବଳ ବର୍ଷା କାରଣରୁ ପୁଡୁଚେରୀ ଏବଂ କାରିକାଲର ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇ ଥିଲା। ଗତ ୨୪ ଘଣ୍ଟା ମଧ୍ୟରେ, ପୁଡୁଚେରୀରେ ୫ ସେମି ବର୍ଷା ରେକର୍ଡ ହୋଇଥିବା ବେଳେ କାରିକାଲରେ ୯ ସେମି ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୨ ନଭେମ୍ବରରେ ତାମିଲନାଡୁର ପୁଡୁଚେରୀ ଓ କରାଇକାଲ ଏବଂ କେରଳର ମହେରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇଛି। ନଭେମ୍ବର ୨୨ରେ ଭାରତୀୟ ପାଣିପାଗ ବିଭାଗ (IMD) କେରଳ ଏବଂ ତାମିଲନାଡୁ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। IMD ପୂର୍ବାନୁମାନ କରିଛି ଯେ, ଅଧିକାଂଶ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..