Report Card Odisha

| Daily Odia News

ଘଣ୍ଟାଏ ଭିତରେ ମନ୍ଦିର ଖୋଲ,ନହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ-ଉପଜିଲ୍ଲାପାଳ…..

ରିପୋର୍ଟ କାର୍ଡ / ଆଠଗଡ଼

ଘଣ୍ଟାଏ ଭିତରେ ଧବଳେଶ୍ବର ମନ୍ଦିର ଖୋଲିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଆଜି ଧବଳେଶ୍ବର ମନ୍ଦିର ଘଣ୍ଟାଏ ଭିତରେ ଖୋଲିବାକୁ ନିର୍ଦେଶ ଦେବା ସହ ଆଠଗଡ଼ ଜିଲ୍ଲାପାଳ ନୋଟିସ ଲଗାଇଛନ୍ତି। ଦ୍ବାର ନ ଖୋଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପଜିଲ୍ଲାପାଳ ଜାରି କରିଥିବା ନୋଟିସରେ ଉଲ୍ଲେଖ କରିଛନ୍ତି। ପୂଜା ନୀତି ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ସକାଳ ୧୦ରୁ ଦର୍ଶନ କରିପାରୁ ନାହାନ୍ତି। ତେଣୁ ତୁରନ୍ତ ଧବଳଶ୍ବେର ମନ୍ଦିର ଦ୍ବାର ଖୋଲିବା ସହିତ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ କରିଛନ୍ତି। ସୂଚନା ଯୋଗ୍ୟ- ବ୍ୟାରିକେଡ ବ୍ୟବସ୍ଥାକୁ ବିରୋଧ କରି ଧାରଣାରେ ଧବଳେଶ୍ବର ମନ୍ଦିରର ପୂଜକ ଧାରଣାରେ ବସିଥିଲେ | ମନ୍ଦିର ପ୍ରଶାସନ କରିଥିବା ବ୍ୟାରିକେଡ୍‌କୁ ପୂଜକ ସମିତି ବିରୋଧ କରିଥିଲା। ଯାହାଫଳରେ ପ୍ରଶାସନ ଓ ପୂଜକ ସମିତି ମୁହାଁମୁହିଁ ହୋଇଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ଆଠଗଡ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସ୍‌ପି ପୂଜକମାନଙ୍କ ସହ ଆଲୋଚନା କରିଥିଲେ। ବୁଝାସୁଝା କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରିନଥିଲା। ପୂଜକଙ୍କ ଜିଦ୍‌କୁ ନେଇ କଠୋର ହୋଇଛି ପ୍ରଶାସନ। ଘଣ୍ଟାକ ଭିତରେ ଧବଳେଶ୍ୱର ମନ୍ଦିର ଦ୍ୱାର ଖୋଲିବାକୁ ନୋଟିସ୍‌ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ଦ୍ୱାର ନ ଖୋଲିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

 

Breaking News