Report Card Odisha

| Daily Odia News

ଜିଏସ୍‌‌ଟି ରାଜସ୍ବ ସଂଗ୍ରହ ୧ଲକ୍ଷ ୬୦ହଜାର କୋଟି ବୃଦ୍ଧି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଦ୍ରବ୍ୟ ଓ ସେବାକର(ଜିଏସ୍‌‌ଟି) ରାଜସ୍ବ ସଂଗ୍ରହ ୧ଲକ୍ଷ ୬୭ହଜାର ୯୨୯ କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷରେ ଷଷ୍ଠ ଥର ପାଇଁ ଜିଏସଟି ସଂଗ୍ରହ ୧ଲକ୍ଷ ୬୦ହଜାର କୋଟି ଛୁଇଁଛି । ଗତବର୍ଷ ନଭେମ୍ବର ମାସ ତୁଳନାରେ ଏହା ୧୧.୯ ପ୍ରତିଶତ ଅଧିକ। ନଭେମ୍ବର ମାସରେ ୧ ଲକ୍ଷ ୬୭ହଜାର ୯୨୯ କୋଟି ଟଙ୍କା ଜିଏସ୍‌‌ଟି ରାଜସ୍ବ ସଂଗ୍ରହ କରାଯାଇଛି । ଚଳିତବର୍ଷ ଅକ୍ଟୋବରରୁ ନଭେମ୍ବର ମାସରେ ଦେଶର ମୋଟ ଜିଏସ୍‌‌ଟି ସଂଗ୍ରହ ୧୩ ଲକ୍ଷ ୩୨ହଜାର ୪୪୦କୋଟି ଟଙ୍କା ହୋଇଛି । ଯେଉଁଥିରେ ସିଜିଏସଟି, ଆଇଜିଏସଟି ଏବଂ ଏସଜିଏସଟି ଅନ୍ତର୍ଭୁକ୍ତ। ସେହିଭଳି ଗତ ନଭେମ୍ବର ମାସରେ ଓଡ଼ିଶାରେ ୨ହଜାର ୭୯୧ କୋଟି ୪୫ ଲକ୍ଷ ଟଙ୍କା ଜିଏସ୍‌‌ଟି ରାଜସ୍ୱ ସଂଗ୍ରହ ହୋଇଛି ।ଯାହାକି ଏ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ । ଗତବର୍ଷ ନଭେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧ହଜାର ୩୯ ଲକ୍ଷ ୩୬ କୋଟି ଟଙ୍କା ଥିଲା ଏକ୍ଷେତ୍ରରେ ଓଡିଶା ୧୦୦.୭୭ ପ୍ରତିଶତ ଉଲ୍ଲେଖନୀୟ ଅଭିବୃଦ୍ଧି ହାର ହାସଲ କରିଛି।

Breaking News