Report Card Odisha

| Daily Odia News

ସୋମବାରରୁ ଖୋଲିବ ଶିମିଳିପାଳ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ପର୍ଯ୍ୟଟକଙ୍କ ପାଇଁ ସୋମବାରଠାରୁ ଖୋଲିବ ଶିମିଳିପାଳ । ଶନିବାରଠାରୁ ଅଭୟାରଣ୍ୟ ରାସ୍ତା ମରାମତି ଆରମ୍ଭ ହୋଇଛି । ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଚାଲିଥିବା ରାସ୍ତା ଅବରୋଧ ହଟାଯାଇଛି। ଫଳରେ ପୁଣି ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ପର୍ଯ୍ୟଟକ ବନ୍ୟ ଜୀବଜନ୍ତୁଙ୍କୁ ପାଖରେ ଦେଖିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇ ପାରିବେ। ସୂଚନାଯୋଗ୍ୟ ପ୍ରତେକ ବର୍ଷ ନଭେମ୍ବର ପହିଲାରୁ ଶିମିଳିପାଳ ଖୋଲିଥାଏ। ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୧୪ରେ ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା, କିନ୍ତୁ ଶିମିଳିପାଳ ବିକାଶ ପରିଷଦ ୫ ଦଫା ଦାବିନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିଥିଲା। ତେଣୁ ନଭେମ୍ବର ୨୫ରୁ ଶିମିଳିପାଳ ବନ୍ଦ ରହିଥିଲା। ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରେ ଥିବା ବରେଇପାଣିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟରେ ପଲଥିନକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି ଓ ପର୍ଯ୍ୟଟକ ମାନେ ଗାଇଡ୍‌ ନେବା ବାଧ୍ୟତାମୂଳକ କରାଯାଇଛି। ଶିମିଳିପାଳରେ ରହିବା ଏବଂ ଯିବା ପାଇଁ ଅନ୍‌ଲାଇନ୍‌ରେ ପର୍ଯ୍ୟଟକମାନେ ଆଗୁଆ ବୁକିଂ କରିପାରିବେ।

 

Breaking News