ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ ନେତା ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସଞ୍ଜୟ ସିଂହଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଇଡି ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ୬୦ ପୃଷ୍ଠା ସମ୍ବଳିତ ଚାର୍ଜଶିଟ୍ ଦାଖଲ କରିଛି। ୮୨ ଲକ୍ଷ ଟଙ୍କା ଚାନ୍ଦା ନେଇଥିବା ନେଇ ଚାର୍ଜଶିଟ୍ରେ ଉଲ୍ଲେଖ ରହିଛି କହିଛି। ସଞ୍ଜୟ ସିଂହଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଅକ୍ଟୋବର ୪ ତାରିଖରେ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ମାମଲାରେ ସଂଜୟ ସିଂ ଅର୍ଥ ହେରଫେର କରିଥିବା ନେଇ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……