ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶା ପାଇଁ ବାତ୍ୟା ମିଚାଉଙ୍ଗର କୌଣସି ପ୍ରଭାବ ନ ଥିବା ବେଳେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ବରରୁ ବାହାରୁଥିବା ୧୨ଟି ଓ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍ ବାତିଲ କରାଯାଇଛି। ପୂର୍ବତଟ ରେଳପଥରୁ ଚେନ୍ନଇ ଏବଂ ଆନ୍ଧ୍ର ପ୍ରଦେଶ ଯାଉଥିବା ରେଳ ସହ ଚେନ୍ନଇରୁ ଓଡ଼ିଶା ଆସୁଥିବା ରେଳଗୁଡିକୁ ବାତିଲ କରାଯାଇଛି। ପୂର୍ବତଟ ରେଳପଥରୁ ୬ ଯୋଡା ରେଳ ବାତିଲ ହୋଇଥିବା ବେଳେ ପୁରୀ-ଚେନ୍ନଇ ଏକ୍ସପ୍ରେସ୍, ଭୁବନେଶ୍ବର ତିରୁପତି ଏବଂ ଭୁବନେଶ୍ବର ବେଙ୍ଗାଲୁରୁ ଏକ୍ସପ୍ରେସ୍ ସହିତ ବିଶାଖାପାଟଣା ଦେଇ ଚଳାଚଳ କରୁଥିବା ୩ଟି ରେଳ ବାତିଲ ହୋଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବ ଯେଉଁ ଅଞ୍ଚଳରେ ଅଧିକ ପଡିବାର ସମ୍ଭାବନା ରହିଛି ସେହି ଅଞ୍ଚଳ ଦେଇ ଚଳାଚଳ କରୁଥିବା ୨୧ ଯୋଡା ରେଳକୁ ବାତିଲ କରାଯାଇଥିବା ସୂଚନା ମିଳିଛି |






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..