ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମାଇଚୌଙ୍ଗ’। ଏହା ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ‘ମାଇଚୌଙ୍ଗ’ ପୁଡୁଚେରୀ ଠାରୁ ୩୦୦ ଓ ଚେନ୍ନାଇ ଠାରୁ ୩୧୦ କିମି ଦୂରରେ ଅବସ୍ଥିତ ରହିଛି। କାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ। ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଛୁଇଁବ। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କିମି ରହିବ। ବାତ୍ୟା ଯୋଗୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଉତ୍ତର ତାମିଲନାଡୁ ଓ ପୁଡୁଚେରୀର କିଛି ଅଂଶ ସର୍ବାଧିକ ପ୍ରଭାବିତ ହେବେ। ବାତ୍ୟା ‘ମାଇଚୌଙ୍ଗ’ ପ୍ରଭାବରେ ଓଡ଼ିଶାରେ ସୋମବାରରୁ ବୁଧବାର ଯାଏ ଦକ୍ଷିଣ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ତାମିଲନାଡୁ ଓ ପୁଡୁଚେରୀରେ ଆଜି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଡିସେମ୍ବର ୪ରେ ମଧ୍ୟ କିଛି ସ୍ଥାନରେ ବର୍ଷାର ଆଶଙ୍କା ରହିଛି। ଏହାପରେ ବର୍ଷାର ପରିମାଣ କମିବ। ଆଗାମୀ ଦିନରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଶନିବାର ରାତି ପାଇଁ ତାମିଲନାଡୁ ଓ ପୁଡୁଚେରୀକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ସ ଘଡ଼ଘଡ଼ି ହୋଇପାରେ।






More Stories
ଦିଲ୍ଲୀ ବୋମା ବିସ୍ଫୋରଣ: ରହିଛି ଓଡିଶା ଲିଙ୍କ୍!….
ଚୀନକୁ ଆମେରିକାର ଖୋଲା ଚେତାବନୀ…..
ସରକାରଙ୍କ ବଡ଼ ଘୋଷଣା:ତେଲ-ଗ୍ୟାସ ସପ୍ଲାଏରେ…..