Report Card Odisha

| Daily Odia News

ବସ୍‌ ଉପରକୁ ଫାୟାରିଂ,୮ ମୃତ, ୨୬ ଗୁରୁତର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନରେ ଏକ ବଡ଼ ଧରଣର ଆତଙ୍କୀ ହାମଲା ହୋଇଛି। ଏକ ଚଳନ୍ତା ବସ୍‌ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ହାମଲାରେ ୨୬ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।ସୂଚନା ଅନୁସାରେ- ଗତକାଲି ଏକ ଯାତ୍ରୀବାହୀ ବସ୍‌ ପାକିସ୍ତାନର ଗିଲଜିଟ୍‌ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା। ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ବସ୍‌ଟି ଚିଲାସ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ବସ୍‌ ଉପରକୁ ଆଖି ବୁଜା ଫାୟାରିଂ ହୋଇଥିଲା। ଏପରି ଅତର୍କିତ ଆକ୍ରମଣରେ ଡ୍ରାଇଭର ଗାଡ଼ି ଉପରୁ ଭାରସାମ୍ୟ ହରାଇ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌ ସହ ପିଟି ହୋଇଥିଲା। ଏହି ହାମଲା ତଥା ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚିଲାସର ଡେପୁଟି କମିଶନର ଅରିଫ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି।

Breaking News