Report Card Odisha

| Daily Odia News

ଆଜି ଆସିବ ମି‌ଜୋରାମ ନିର୍ବାଚନ ଫଳ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମିଜୋରାମ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଆଜି ନିର୍ଦ୍ଧାରିତ ସମୟ ସକାଳ ୮ ବେଳେ ଗଣତି ଆରମ୍ଭ ହୋଇଛି। ୪୦ଟି ଆସନ ନିମନ୍ତେ ଗ୍ରହଣ କରାଯାଇଥିବା ଉକ୍ତ ଭୋଟ୍‌ଗୁଡ଼ିକୁ ଗଣିବା ନିମନ୍ତେ ସମଗ୍ର ମିଜୋରାମ୍‌ରେ ୨,୭୫୦ଜଣ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଗଣନା ଆରମ୍ଭ କରିଛନ୍ତି। ନଭେମ୍ବର ୭ ତାରିଖରେ କରାଯାଇଥିବା ଉକ୍ତ ଭୋଟ୍‌ ସବୁ ରବିବାର ଦିନ ଗଣନା କରାଯିବ ବୋଲି ପୂର୍ବରୁ ଦିନ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ, ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ବହୁଳ ଉକ୍ତ ରାଜ୍ୟରେ ରବିବାର ଦିନଟି ବିଶେଷ ତାତ୍ପର୍ଯ୍ୟ ବହନ କରୁଥିବାରୁ ନିର୍ବାଚନ କମିସନ୍‌ ଭୋଟ୍‌ ଗଣନା ଗୋଟିଏ ଦିନ ଘୁଞ୍ଚାଇ ଦେଇଥିଲେ।ମିଜୋରାମରେ କାହାର ବିଜୟ ହେଉଛି ତାହା ଉପରେ ଦେଶବାସୀଙ୍କ ନଜର |

Breaking News