ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲେଙ୍ଗାନାରେ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ଗୁରୁତର ହୋଇଛନ୍ତି | ସୂଚନା ମୁତାବକ, ତେଲେଙ୍ଗାନାର ଡିଣ୍ଡିଗୁଲ ସ୍ଥିତ ବାୟୁସେନା ଏକାଡେମିରେ ଟ୍ରେନିଂ ବେଳେ ବିମାନ ପିସି-୭ ଏମ୍କେ-୨ କ୍ରାଶ ହୋଇଛି। ଏଥିରେ ଦୁଇ ଜଣ ପାଇଲଟ ଥିଲେ। ଜଣେ ପ୍ରଶିକ୍ଷକ ଓ ଆଉ ଜଣେ କ୍ୟାଡେଟ୍ ସାମିଲ ଥିଲେ। ତେବେ ଦୁର୍ଘଟଣା ଉଭୟଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଥମେ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରେ ଦୁଇ ଜଣ ପାଇଲଟ ଗୁରୁତର ହୋଇଥିବା ଭାରତୀୟ ବାୟୁସେନା ସୂଚନା ଦେଇଛି। ଆଜି ସକାଳ ୮ଟା ୫୫ ମିିନିଟ୍ରେ ବିମାନ କ୍ରାଶ ହୋଇଥିଲା। ଗୁରୁତର ପାଇଲଟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ତଦନ୍ତ ପରେ କାରଣ ଜଣାପଡିବ ବୋଲି ଭାରତୀୟ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି।





More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……