ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଆଜି ରେବାନ୍ତ ରେଡ୍ଡୀ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦରେ ରାଜ୍ୟପାଳ ଟି ସୌନ୍ଦରରାଜନ ରେବାନ୍ତଙ୍କୁ ଶପଥ ପାଠ କରାଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଭାବେ ଭଟି ବିକ୍ରମାର୍କା ଶପଥ ନେଇଛନ୍ତି। ତାଙ୍କ ସହ କଂଗ୍ରେସର ଅନ୍ୟ ୧୦ ଜଣ ନେତା ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହାପୂର୍ବରୁ, ଡିସେମ୍ବର ୩ରେ ଅନୁଷ୍ଠିତ ଚାରୋଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳରେ ତେଲଙ୍ଗାନାରେ କଂଗ୍ରେସ ବିଜୟ ହାସଲ କରିଥିଲା। କଂଗ୍ରେସ ୬୪ ଟି ଆସନ ଜିତିଥିବାବେଳେ ବିଆରଏସ ୩୯ ଟି ସିଟ୍ ଜିତିଥିଲା। ଆଠଟି ଆସନରେ ବିଜେପି ଏବଂ ଏଆଇଏମ୍ଆଇଏମ୍ ଛଅଟି ଆସନରେ ଜିତିଥିଲା। ସିପିଆଇ ଗୋଟିଏ ଆସନ ଜିତିଥିଲା।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..