Report Card Odisha

| Daily Odia News

ଅର୍ଜୁନ ମୁଣ୍ଡା ହେଲେ ନୂଆ କୃଷି ମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ନୂଆ କୃଷି ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି। ଆଦିବାସୀ ମନ୍ତ୍ରଣାଳୟ ସହ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଶ୍ରୀ ମୁଣ୍ଡା କାମ କରିବେ। ତେଣୁ ଏବେ ଅର୍ଜୁନ ମୁଣ୍ଡା ଦେଶର ନୂଆ କୃଷି ମନ୍ତ୍ରୀ ହୋଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ନରେନ୍ଦ୍ର ସିଂହ ତୋମାର ଦିମାନି ଆସନରୁ ବିଜୟୀ ହୋଇଛନ୍ତି। ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ସାଂସଦ ପଦ ଛାଡ଼ିଛନ୍ତି। ଏହାସହିତ ନରେନ୍ଦ୍ର ସିଂହ ତୋମାର କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

Breaking News