ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ଆଜି ବହିଷ୍କୃତ କରାଯାଇଛି। ଏଥିକ୍ସ କମିଟିର ସୁପାରିସ ଆଧାରରେ ମହୁଆଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଛି। ଏଥିକ୍ସ କମିଟି ଦେଇଥିବା ରିପୋର୍ଟ ଆଜି ଲୋକସଭାରେ ଆଗତ କରାଯାଇଥିଲା। ଏହାକୁ ବିରୋଧୀ ଦଳର ସଦସ୍ୟମାନେ ବିରୋଧ କରିଥିଲେ। ତଥାପି ଏହା ଉପରେ ଭୋଟ ହୋଇଥିଲା । ଏହାକୁ ବିରୋଧ କରି ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ମହୁଆ ମଧ୍ୟ ଲୋକସଭାରୁ ବାହାରି ଆସିଥିଲେ। ବେଆଇନ ଭାବେ ତାଙ୍କୁ ବହିଷ୍କୃତ କରାଯାଇଥିବା ସେ କହିଛନ୍ତି। ଆଜି ଲୋକସଭାରେ ମହୁଆ ନିଜର ପକ୍ଷ ରଖିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ଏଥିକ୍ସ କମିଟି ତାଙ୍କୁ ବହିଷ୍କୃତ କରିବାକୁ ସୁପାରିସ କରିଥିବାରୁ ବାଚସ୍ପତି ଓମ ବିର୍ଲା ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଇ ନଥିଲେ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..