Report Card Odisha

| Daily Odia News

କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ…..

ରିପୋର୍ଟ କାର୍ଡ / ଜୟପୁର

କୋରାପୁଟ ଜୟପୁରର ସ୍ଥାନୀୟ ଏକ ଘରୋଇ ମହାବିଦ୍ୟାଳୟର ପରିଚାଳନା କମିଟିର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଏହି ମହାବିଦ୍ୟାଳୟର ଛାତ୍ରୀଙ୍କୁ ଯୌନନିର୍ଯାତନା ସହ ଅଶୋଭନୀୟ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି | ଛାତ୍ରୀନିବାସରେ ରହୁଥିବା ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ୮ଜଣ ଓ ପ୍ରଥମ ବର୍ଷର ୫ଜଣ ଏଭଳି ୧୩ଜଣ ଛାତ୍ରୀ ଜୟପୁର ଟାଉନ ଥାନା ପୋଲିସ ନିକଟରେ ଅଭିଯୋଗ କରି ଏତଲା ଦେଇଛନ୍ତି। ଅଧ୍ୟକ୍ଷଙ୍କ ଏଭଳି ଅଶୋଭନୀୟ ବ୍ୟବହାରରେ ଅତିଷ୍ଟ ହୋଇ ରହିଥିଲେ ଛାତ୍ରୀ। ଛାତ୍ରୀଙ୍କୁ କୁଆଡେ ଅଧ୍ୟକ୍ଷ ଜଣକ ଭୟଭୀତ କରିବା ସହ ତାଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବି ବାଧ୍ୟ କରୁଥିବା ଛାତ୍ରୀମାନେ କହିଛନ୍ତି। ଗତକାଲି ଜଣେ ଛାତ୍ରୀଙ୍କ ମା’ ଛାତ୍ରୀଙ୍କୁ ଭେଟିବାକୁ ଆସିଥିବା ବେଳେ ଛାତ୍ରୀ ଜଣକ ଏସଂପର୍କରେ କହିଥିଲେ। ପରେ ଅନ୍ୟ ଛାତ୍ରୀମାନେ ବି ତାଙ୍କ ମା’ଙ୍କୁ ଜଣାଇଥିଲେ। ଏହାପରେ ତାଙ୍କ ମା’ ଅଧ୍ୟକ୍ଷଙ୍କୁ ପଚାରିବାରେ ତାଙ୍କୁ ବି ଆଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସମସ୍ତ ଛାତ୍ରୀ  ଟାଉନ ଥାନାରେ ପହଞ୍ଚି ଲିଖିତ ଏତଲା ପୋଲିସକୁ ଦେଇଥିଲେ। ପୋଲିସ ଏତଲା ଗ୍ରହଣ କରିବା ପରେ ନିଜେ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ସବଇନସପେକ୍ଟର ମନିଷା ସାହୁ ଉକ୍ତ ଘରୋଇ ମହାବିଦ୍ୟାଳୟ ଓ ତାଙ୍କ ଘରକୁ ଯାଇଥିଲେ ହେଁ ଅଧ୍ୟକ୍ଷ ଜଣକ ଫେରାର ହୋଇଥିବା କହିଛନ୍ତି ଥାନା ଅଧିକାରୀ।

Breaking News