ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ନିର୍ବାଚନରେ ହୋଇଥିବା ଶୋଚନୀୟ ପରାଜୟରୁ କଂଗ୍ରେସ ସହଜରେ ଗ୍ରହଣ କରିପାରୁନାହିଁ । ଦଳ ଏବେ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଏକ ଅଭିଯୋଗ ନିର୍ବାଚନ କମିସନଙ୍କ ନିକଟରେ କରିଛି । ଦଳ ଅଭିଯୋଗ କରିଛି ଯେ ଭୋଟର ତାଲିକାରୁ ମନଇଚ୍ଛା ଭୋଟରମାନଙ୍କ ନାଁ କଟାଯାଇଛି ଓ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ୧୦ ହଜାର ଭୋଟ ଯୋଡ଼ାଯାଇଛି । ଏହିପରିଭାବେ ଜୁଲାଇ ୨୦୨୪ରୁ ନଭେମ୍ବର ୨୦୨୪ ମଧ୍ୟରେ ରାଜ୍ୟରେ ମୋଟ ୪୭ ଲକ୍ଷ ନୂଆ ଭୋଟର ସାମିଲ କରାଯାଇଛି । ଦଳ ଅଭିଯୋଗ କରିଛି ଯେ ଭୋଟର ତାଲିକାରୁ ମନଇଚ୍ଛା ଭୋଟରମାନଙ୍କ ନାଁ କଟାଯାଇଛି ଓ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ୧୦ ହଜାର ଭୋଟ ଯୋଡ଼ାଯାଇଛି । ଏହିପରିଭାବେ ଜୁଲାଇ ୨୦୨୪ରୁ ନଭେମ୍ବର ୨୦୨୪ ମଧ୍ୟରେ ରାଜ୍ୟରେ ମୋଟ ୪୭ ଲକ୍ଷ ନୂଆ ଭୋଟର ସାମିଲ କରାଯାଇଛି । କଂଗ୍ରେସ ମଧ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ଦଳ କହିଛି ଯେ ୨୧ ନଭେମ୍ବର, ୨୦୨୪ ଅପରାହ୍ନ ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୫୮.୨୨% ମତଦାନ ହୋଇଥିଲା, ଯାହା ରାତି ସାଢ଼େ ୧୧ଟା ସୁଦ୍ଧା ୬୫.୦୨% କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ଚୂଡ଼ାନ୍ତ ରିପୋର୍ଟରେ ୬୬.୦୫% ମତଦାନ ରେକର୍ଡ କରାଯାଇଛି, ଯାହା ଗଣତି ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଘୋଷଣା କରାଯାଇଥିଲା । ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ମାତ୍ର ଏକ ଘଣ୍ଟା ମଧ୍ୟରେ ପାଖାପାଖି ୭୬ ଲକ୍ଷ ଭୋଟ୍ ପଡ଼ିଛି ବୋଲି ଚିଠିରେ ଦର୍ଶାଯାଇଛି।






More Stories
ହର୍ମୁଜ୍ ଖୋଲିବା ଆମର ପ୍ରାଥମିକତା…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..