ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ର ପ୍ରଦେଶର ୨୪ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏସ.ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଜଗନମୋହନ ରେଡ୍ଡୀ ନିଜ ମନ୍ତ୍ରିମଣ୍ଡଳର ପୁର୍ନଗଠନ କରିବାକୁ ଯାଉଛନ୍ତି । ନୂଆ ମନ୍ତ୍ରିମଣ୍ଡଳ ଗଠନ ଆସନ୍ତା ଏପ୍ରିଲ ୧୧ ତାରିଖରେ ହୋଇପାରେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବୁଧବାର ରାତିରେ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ସହ ବୈଠକ କରିଥିଲେ। ଏଥିରେ ମନ୍ତ୍ରିମଣ୍ଡଳ ପୂର୍ନଗଠନ ଉପରେ ଚର୍ଚ୍ଚା ହୋଇଥିଲା। ମନ୍ତ୍ରିମଣ୍ଡଳରେ ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯିବ। ବର୍ତ୍ତମାନର ମନ୍ତ୍ରୀଙ୍କ ମଧ୍ୟରୁ ୪ରୁ ୫ ଜଣଙ୍କୁ ରିପିଟ୍ କରାଯାଇ ପାରେ। ନୂଆ ମନ୍ତ୍ରିମଣ୍ଡଳର ଗଠନରେ ଜାତି ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଇଛି। ମୁଖ୍ୟମନ୍ତ୍ରୀ ୱାଇ ଏସ. ଜଗନମୋହନ ରେଡ୍ଡୀ ଗତ ମାସରେ ଘୋଷଣା କରି କହିଥିଲେ, ଆଗାଡୀ ଏବଂ ନୂଆ ଜିଲ୍ଲାର ଗଠନ ପରେ ମନ୍ତ୍ରିମଣ୍ଡଳର ପୁର୍ନଗଠନ କାର୍ଯ୍ୟ କରିବେ। ରାଜ୍ୟରେ ଏପ୍ରିଲ ଚାରି ତାରିଖରେ ୧୩ଟି ନୂଆ ଜିଲ୍ଲାର ଗଠନ କରାଯାଇଥିଲା। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ମୋଟ ଜିଲ୍ଲା ସଂଖ୍ୟା ୨୬ ହୋଇଛି।






More Stories
ହର୍ମୁଜ୍ ଖୋଲିବା ଆମର ପ୍ରାଥମିକତା…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..