Report Card Odisha

| Daily Odia News

ଭର୍ତ୍ତୃହରି-ଦେବାଶିଷ ମୁହାଁ ମୁହିଁ, ଅଳିଆ କିଏ ସ୍ପଷ୍ଟ କରନ୍ତୁ!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଳିଆ ସଫା ଉପାଖ୍ୟାନ କୁ ନେଇ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି। ନିଶ୍ଚିନ୍ତକୋଇଲିର ଅହମ୍ମଦ ବକ୍ସ ହାଇସ୍କୁଲର ହୀରକ ଜୟନ୍ତୀ ସମାରୋହରେ ଭର୍ତ୍ତୃହରି ନିଶାନା କରି ତେରେଛା ବାଣ ମାରିଲେ। କହିଲେ ରାଜ୍ୟବ୍ୟାପି ଅଳିଆ କରିଥିବା ଲୋକଙ୍କୁ ଜେଲରେ ପୁରାଇଲେ କୋଠରୀ ବି ଅଭାବ ପଡ଼ିଯିବ। ତେଣୁ ବଜେଟରେ ଜେଲ୍ ପାଇଁ ଅଧିକ ଅନୁଦାନର ବ୍ୟବସ୍ଥା ଦରକାର। ତାସହ ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ କାହାକୁ ବି ଛାଡ଼ିବା ଅନୁଚିତ ବୋଲି କହିଛନ୍ତି ଭର୍ତ୍ତୃହରି। କଟକ ଜିଲ୍ଲା ସାରା ପଡ଼ିରହିଥିବା ଅଳିଆକୁ ସଫା କରିବା ଭିତରେ ବି ଆମକୁ ଆଗାମୀ ଭବିଷ୍ୟତ ଗଢ଼ିବାକୁ ହେବ। ଡ୍ରେନେଜ୍ ପାଇଁ ଆସୁଥିବା ଟଙ୍କାରେ କିଛି ବ୍ୟକ୍ତି ହାତ ଚିକ୍କଣ କରନ୍ତି। କିନ୍ତୁ ବାସ୍ତବରେ ଡ୍ରେନେଜ ବ୍ୟବସ୍ଥା ହୁଏ ନାହିଁ। ତେଣୁ ରାଜ୍ୟରେ ଯେଉଁମାନେ ଅଳିଆ କରୁଛନ୍ତି। ତାଙ୍କୁ ଧରି ଜେଲରେ ପୁରାଇବା ନା ନାହିଁ ବୋଲି ଉପସ୍ଥିତ ଜନତାଙ୍କୁ ପଚାରିଥିଲେ ଭର୍ତ୍ତୃହରି। ସେହିପରି ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରି ଦୁଆର ନଖୋଲିବା ନିଷ୍ପତ୍ତି ଜଣେ ନୁହଁ ଅନ୍ୟମାନେ ବି ନେଇଥିଲେ। ପ୍ରଥମେ ରତ୍ନଭଣ୍ଡାର ଚାବି ହଜିଛି କୁହାଯାଉଥିଲା। ପରେ ଡୁପ୍ଲିକେଟ୍ ଚାବି ମିଳିଲା। ଆଉ ଏବେ ପୁଣି ୩ଟି ଚାବି ଆସିଲା, ତା’ଭିତରୁ ୨ଟି ଚାବି ତାଲା ଭିତରେ ପଶିଲାନି। ତା’ହେଲେ ପୂର୍ବରୁ କ’ଣ ଚାଲିଥିଲା ବୋଲି ଭର୍ତ୍ତୃହରି ପ୍ରଶ୍ନ ଉଠାଇବା ସହ ଏମାନଙ୍କୁ ଛାଡ଼ିଦେବା ଉଚିତ ନୁହଁ ବୋଲି ଭର୍ତ୍ତୃହରି କହିଛନ୍ତି।ଏଭଳି ଉପଖ୍ୟାନକୁ ନେଇ ବିଜେଡି କହିଛି, ଭର୍ତ୍ତୃହରି ଆଗ ସ୍ପଷ୍ଟ କରନ୍ତୁ, ଅଳିଆ କିଏ | ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। କହିଛନ୍ତି, ଭର୍ତ୍ତୃହରି କାହାକୁ ଇଙ୍ଗିତ କରି ଅଳିଆ କଥା କହିଛନ୍ତି ସେ ଜାଣିଥିବେ। ସେ ଏତେବର୍ଷ ଧରି ବିଜେଡିରେ ଥିଲେ, ସେତେବେଳେ ଅଳିଆ କଥା କହିଥିଲେ ଭଲ ହୋଇଥାନ୍ତା। ଯଦି ଅଳିଆ ଥିବ ବା ଦୁର୍ନୀତି କଥା କହୁଥିବେ, କେନ୍ଦ୍ର ଓ ରାଜ୍ୟରେ ତାଙ୍କ ସରକାର ଥିବାରୁ ତଦନ୍ତକରି ଅଳିଆକୁ ଜେଲରେ ପୁରାନ୍ତୁ। ଏଭଳି ଅବାନ୍ତର ପ୍ରସଙ୍ଗ ନ ଉଠାଇ ସଂସଦରେ ମହାନଦୀ ପ୍ରସଙ୍ଗ ଉଠାନ୍ତୁ ବୋଲି କହିଛନ୍ତି ଦେବାଶିଷ।

Breaking News