Report Card Odisha

| Daily Odia News

ବାଚସ୍ପତିଙ୍କୁ ଅସମ୍ମାନ:ଚପଲ, ଇୟରଫୋନ୍ ଓ କାଗଜ ଫିଙ୍ଗିଲେ ବିଜେପି ବିଧାୟକ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଧାନସଭାରେ ପୁଣି ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ହୋହାଲ୍ଲା କରିଥିବା ବେଳେ ଆଉ ପାଦେ ଟପିଯାଇ ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି ବିଜେପି ବିଧାୟକ। ଖାଲି ଏତିକିନୁହଁ – ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଛନ୍ତି ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଛି । କିନ୍ତୁ ବିଷ୍ଣୁ ସେଠୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ମୁଁ ହେଡଫୋନ ଓ କଲମ ଫିଙ୍ଗିଛି । ଚପଲ ଫିଙ୍ଗିନାହିଁ । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଶାସକ ଦଳ ବିଧାୟକ ଏବଂ ବିରୋଧୀ ବିଜେପି ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ଏବଂ ଆକ୍ଷେପ ପ୍ରତି ଆକ୍ଷେପରୁ ଗୃହ କମ୍ପିଛି । ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଗତ କରି ଆଲୋଚନା ଦାବି କରିଥିଲେ କଂଗ୍ରେସ ସଦସ୍ୟ । କିନ୍ତୁ ବାଚସ୍ପତି ଏଥିପାଇଁ କଂଗ୍ରେସ ସଦସ୍ୟଙ୍କୁ ଅନୁମତି ଦେଇନଥିଲେ । ଫଳରେ କଂଗ୍ରେସ ବିଧାୟକମାନେ ଏହାର ବିରୋଧ କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ କଂଗ୍ରେସ ବିଧାୟକମାନଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରିଥିଲେ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିପାରିନଥିଲା ଏବଂ ବାଚସ୍ପତି ଗୃହକୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହାପରେ ମଧ୍ୟାହ୍ନରେ ସରକାର ତରବରିଆ ଭାବେ ସଂଶୋଧିତ ଲୋକାୟୁକ୍ତ ବିଲ୍ ୨୦୨୧କୁ ଗୃହୀତ କରାଇନେଇଥିଲେ । ଏହାର ପ୍ରତିବାଦରେ ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ପୁନର୍ବାର ଗୃହକୁ ୪ଟା ଯାଏ ମୁଲତବୀ |

Breaking News