ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍ ରେ ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ BMC ସିଲ୍ କରିଛି। ଏନେଇ ବିଏମ୍ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ସୂଚନା ଦେଇଛନ୍ତି। ୪ ଓ ୫ ତାରିଖ ଦୁଇ ଦିନ ପାଇଁ BMC ଡିସିପି ଅଫିସ୍ ସିଲ୍ କରିଛି। ଡିସିପି ଅଫିସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ବର ମହାନଗର ନିଗମ । ଦକ୍ଷିଣ ପୂର୍ବ ଜୋନ୍ ଜେଡିସି ମହେନ୍ଦ୍ର ବଢେଇ ଡିସିପି ଅଫିସ୍କୁ ସିଲ୍ କରିଛନ୍ତି । ଡିସିପି ଅଫିସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନେଇଛି ବିଏମସି ।






More Stories
୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ…..
ସଞ୍ଜୀବ ପଣ୍ଡା,ଯଶୋବନ୍ତ ଜେଠୱାଙ୍କୁ ପଦୋନ୍ନତି…..
ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ ମୋଦି…..