Report Card Odisha

| Daily Odia News

ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଦେଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି । ଏହାସହିତ ରାଜ୍ୟ ଯୋଜନା ବୋର୍ଡ ନୂଆ ଢଙ୍ଗରେ ପୁର୍ନଗଠନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିବା ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ରାଜ୍ୟ ଯୋଜନା ବୋର୍ଡ ଭଙ୍ଗାଯିବା ପରେ ତାକୁ ବିଜେପି ସରକାର ଅଧିକ ପେଷାଦାର ଢଙ୍ଗରେ ପୁର୍ନଗଠନ କରିବେ ବୋଲି ସୂଚନା ମିଳିଛି । ରାଜ୍ୟରେ ପୂର୍ବର ବିଜେଡି ସରକାର ୨୦୨୨ ଅକ୍ଟୋବର ମାସରେ ଯୋଜନା ବୋର୍ଡ ସଦସ୍ୟ ଭାବେ ଦଳର ୩ଜଣ ବରିଷ୍ଠ ନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସାଧୁ ନେପାକଙ୍କୁ ନିଯୁକ୍ତି ଦେଇଥିଲା । ୨୦୨୨ ଜୁନ୍ ପ୍ରଥମ ସପ୍ତାହରେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ହଟାଇ ଦେବା ପରଠୁ ଏହି ପଦ ଖାଲି ପଡ଼ିଥିଲା । ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଥିବାରୁ ଦଳ ନିଜର ବରିଷ୍ଠ ନେତାମାନଙ୍କୁ ଏହି ବୋର୍ଡରେ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ଦେଇ ଖୁବଶୀଘ୍ର ଥଇଥାନ କରିବାର ସମ୍ଭାବନା ରହିଛି ।

Breaking News