Report Card Odisha

| Daily Odia News

‘ଆକ୍ସିଡେଣ୍ଟାଲ ହିନ୍ଦୁ’, ନିଜକୁ କହୁଥିଲେ ଏବେ ହିନ୍ଦୁ କହିବା ଉଚିତ୍ ନୁହେଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମେଠିର ଜନସଭାରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ ରାହୁଲ ଗାନ୍ଧୀ ଯେଉଁ ଯୁକ୍ତି କରୁଛନ୍ତି ତାହାକୁ ନେଇ ବର୍ଷିଛନ୍ତି ଯୋଗୀ । ଆଦିତ୍ୟନାଥ କହିଛନ୍ତି ଯାହାର ପୂର୍ବପୁରୁଷ ଓ ପରିବାର ନିଜକୁ ‘ଆକ୍ସିଡେଣ୍ଟାଲ ହିନ୍ଦୁ’ ବୋଲି କହୁଥିଲେ ସେମାନେ କେବେ ନିଜକୁ ହିନ୍ଦୁ କହିବା ଉଚିତ୍ ନୁହେଁ । କିନ୍ତୁ ପୂର୍ବରୁ ଏଭଳି କହୁଥିବା ଲୋକ ଏବେ ଆମମାନଙ୍କର ଆସ୍ଥା ଆଗରେ ନତମସ୍ତକ ହୋଇଛନ୍ତି । ପୂର୍ବରୁ ଏମାନେ ନିଜକୁ ‘ଆକ୍ସିଡେଣ୍ଟାଲ ହିନ୍ଦୁ’ ବୋଲି କହୁଥିଲେ । ଅଥାର୍ତ ଦୁଃର୍ଭାଗ୍ୟରେ ଭାରତରେ ଜନ୍ମ ନେଇଛନ୍ତି । ଏତିକିରେ ଥମିନଥିଲେ ଯୋଗୀ । ସେ ଆହୁରି ମଧ୍ୟ କହିଥିଲେ, ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ନଥିଲି ସେତେବେଳେ ମଧ୍ୟ ନିଜକୁ ହିନ୍ଦୁ ବୋଲି କହିବା ସହ ଗର୍ବ ଅନୁଭବ କରୁଥିଲି । ଯେତେବେଳେ ନିର୍ବାଚନ ଆସେ ସେତେବେଳେ ଏମାନେ ଧର୍ମକୁ ନେଇ ରାଜନୀତି କରନ୍ତି। ୨୦୧୭ରେ ଯେତେବେଳେ ଗୁଜୁରାଟରେ ନିର୍ବାଚନ ହେଉଥିଲା ସେତେବେଳେ ଆମେଠିର ପୂର୍ବ ସାଂସଦ ମନ୍ଦିର ଯାଇଥିଲେ । ତେବେ ମନ୍ଦିରରେ ପହଞ୍ଚି ଚକା ପକାଇ ବସିବା ପରିବର୍ତ୍ତେ ଆଣ୍ଠେଇ ବସିଥିଲେ । ସେତେବେଳେ ପୂଜାରୀ ତାଙ୍କୁ ଠିକରେ ବସିବାକୁ କହିଥିଲେ । ସେତେବେଳେ ପୂଜାରୀ ତାଙ୍କୁ କହିଥିଲେ, ଏହା ମନ୍ଦିର ଅଟେ ମସଜିଦ ନୁହେଁ, ଯାହାଙ୍କୁ ମନ୍ଦିରରେ କିଭଳି ବସନ୍ତି ଜଣାନାହିଁ ସିଏ ହିନ୍ଦୁ ଓ ହିନ୍ଦୁତ୍ୱ ଉପରେ ଜ୍ଞାନ ବାଣ୍ଟୁଛନ୍ତି ।

Breaking News