ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହିଳା ଥାନା ପୋଲିସ୍ ଜଣେ ରସିକିଆ ଡାକ୍ତରଙ୍କୁ ଗିରଫ କରିଛି | ନିଜକୁ ହୋମିଓପାଥିକ ଡାକ୍ତରର ପରିଚୟ ଦେଇ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା । ପ୍ରାୟ ୧୪ ଜଣ ଯୁବତୀଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଏହି ଡାକ୍ତର ବେଶରେ ଥିବା ଲୁଟେରା ଅସୁବିଧା ଓ ସମସ୍ୟାରେ ପଡ଼ିଥିବା ଯୁବତୀଙ୍କୁ ଫସାଇ ବିବାହ କରି ଟଙ୍କା ଲୁଟିଥିବା ଜଣାପଡ଼ିଛି । ବିବାହ ଯୋଗାଡ଼ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲେ ଏହି ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ । ତାଙ୍କର ରହିଛନ୍ତି ୧୪ ଜଣ ସ୍ତ୍ରୀ । ସେ ଦିଲ୍ଲୀରେ ଜଣେ ଶିକ୍ଷୟତ୍ରୀଙ୍କୁ ୨୦୧୮ ମସିହାରେ ଡାକ୍ତର ପରିଚୟ ଦେଇ ଜନକପୁରାରେ ଥିବା ଆର୍ଯ୍ୟ ସମାଜରେ ବିବାହ କରିଥିଲେ। ପରେ ତାଙ୍କୁ ଆଣି ଭୁବନେଶ୍ୱରେ ରଖିଥିଲେ। ପାଖରେ ରହିବା ପରେ ଶିକ୍ଷୟତ୍ରୀ ଜାଣିଥିଲେ ସେ ଫସିଯାଇଛନ୍ତି । ସେ ବାଧ୍ୟ ହୋଇ ମହିଳା ଥାନାରେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡା କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ପରେ ସେ କେରଳରେ ପାରାମେଡିକାଲ୍ ଏବଂ ଫାର୍ମାସୀରେ ପଢିଥିବା କଥା କହିଛନ୍ତି । ପୋଲିସ୍ ଏ କଥାର ବି ଯାଞ୍ଚ କରୁଛି । ୧୯୯୨ରୁ ୨୦୦୨ ମଧ୍ୟରେ ଦୁଇ ଜଣଙ୍କୁ ଏବଂ ୨୦୦୨ରୁ ୨୦୨୦ ମଧ୍ୟରେ ୧୨ ମୋଟ୍ ୧୪ ଜଣଙ୍କୁ ବିବାହ କରିଛନ୍ତି । ପୋଲିସ୍ ଏକ ସ୍କାଡ୍ ଗଠନ କରି ଏହାର ତଦନ୍ତ କରିଥିଲା । ସମ୍ପୃକ୍ତ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ଖଣ୍ଡଗିରିରିରେ ଥିବା ଏକ ଭଡା ଘରୁ ଗିରଫ କରାଯାଇଛି । ନକଲି ଡାକ୍ତରଙ୍କ ନିଶା ଥିଲା ଦେଶର ବିଭିନ୍ନ ସ୍ଥାନ ବୁଲିବା । ସେ ଆସାମରେ ଜଣେ ମହିଳାଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କ ସହ ଅଧିକାଂଶ ସମୟ ରୁହନ୍ତି । ନିଜକୁ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡେପୁଟି ଡାଇରେଟକ୍ଟର ଜେନେରାଲ୍ ଭାବେ ପରିଚୟ ଦିଅନ୍ତି । ବିବାହ ପାଇଁ ଥିବା ବିଭିନ୍ନ ମାଟ୍ରିମୋନିଆଲ୍ ସାଇଟ୍ରେ ନିଜର ବିଜ୍ଞାପନ ଦେଇଛନ୍ତି । ଏକୁଟିଆ ରହୁଥିବା କର୍ମଜାବୀ ମହିଳାଙ୍କୁ ଜାଲରେ ଫସାଇବା ପାଇଁ ଚେଷ୍ଟା କରନ୍ତି । ୧୯୮୨ରୁ ୨୦୦୨ ଭିତରେ ସେ ୧୪ ଜଣଙ୍କୁ ବିବାହ କରିଛନ୍ତି । ପୁଲିସ ୯ ଜଣଙ୍କର ଯୋଗାଯୋଗ କରିଛି । ସେ ବିବାହ କରିବା ସହ ବିଭିନ୍ନ ଉପାୟରେ ଟଙ୍କା ଠକି ନିଅନ୍ତି । ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ୧୦ ଲକ୍ଷ ଏକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ନାମରେ ୧୧ ଲକ୍ଷ ଠକି ନେଇଥିଲେ। ବ୍ୟାଙ୍କରେ ଜାଲ ପରିଚୟ ପତ୍ର ଦେଇ ଋଣ ନେଇଛନ୍ତି । ତାଙ୍କର ୧୩ଟି ବ୍ୟାଙ୍କରେ ୧୨୮ଟି ଜଲ୍ କ୍ରେଡିଟ୍ କାର୍ଡ ରହିଛି । ଅନେକ ବେକାର ଯୁବକ ଯୁବତୀଙ୍କୁ ଚାକିରି କରେଇ ଦେବା ନାଁରେ ସେ କୋଟି କୋଟି ଟଙ୍କା ଠକି ନେଇଥିଲେ । ଆଗରୁ ହାଇଦ୍ରାବାଦ ପୋଲିସ୍ ଏକ ଠକେଇ ମାମଲାରେ ତାଙ୍କୁ ଗିରଫ କରିଥିଲା ।
More Stories
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ…..
୩ ଦିନିଆ ରିମାଣ୍ଡରେ ରାଜା ଚକ୍ର…..
ସୁଭଦ୍ରାକୁ ନେଇ ବଡ ଘୋଷଣା….