ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶିବସେନା ନେତା ସଞ୍ଜୟ ରାଉତଏବେ ଅଡୁଆରେ । ଆଜି ଏକ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ପତ୍ରା ଚାଲ ଭୂମି ଘୋଟାଲା ମାମଲାରେ ଇଡି ପିଏମଏଲଏ ଯାଞ୍ଚରେ ରାଉତଙ୍କର ଆଲିବାଗରେ ଥିବା ୮ଟି ଫ୍ଲାଟ ଓ ମୁମ୍ବାଇର ଫ୍ଲାଟ କୁର୍କକୁ ସଂଲଗ୍ନ କରିଛି । କୁହାଯାଉଛି ଏହି ଘୋଟାଲା ୧୦୩୪ କୋଟି ଟଙ୍କାର । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସଞ୍ଜୟ ଏକ ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି । ଅସତ୍ୟମେବ ଜୟତ । ସୂଚନାଯୋଗ୍ୟ, ୧୦୩୪ କୋଟି ଟଙ୍କାର ପତ୍ରା ଚାଲ ଲ୍ୟାଣ୍ଡ ସ୍କାମ ମାମଲାରେ ସଞ୍ଜୟ ରାଉତଙ୍କ ନିକଟତମ ପ୍ରବିନ ରାଉତଙ୍କ ନାମ ସାମ୍ନାକୁ ଆସିଥିଲା । ଯାହାଙ୍କୁ ଇଡି ଗିରଫ କରିଛି । ଏହି ମାମଲାରେ ଚାର୍ଜସିଟ ବି ଦାଖଲ ହୋଇସାରିଛି ।






More Stories
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..
ଉଜ୍ଜ୍ବଳା ଯୋଜନାରେ ବର୍ଷକୁ ୪ ସିଲିଣ୍ଡର…..