ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର ହୋଇଥିବା ନେଇ ସୂଚନା ମିଳିଛି । ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନକାଉଣ୍ଟର ହୋଇତିବା ଜଣାପଡିଛି । ରାସ୍ତାରେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଏନ୍କାଉଣ୍ଟର କରାଯାଇଛି। କିଛି ଦିନ ତଳେ କଟକ ବଡ଼ମେଡିକାଲରୁ ଖସି ଯାଇଥିଲା ହାଇଦର। ହାଇଦରକୁ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା। ପରେ କୋଭିଡ଼ ଆକ୍ରାନ୍ତ ହେବାରୁ ଚୌଦ୍ୱାର ଜେଲରେ ରଖାଯାଇଥିଲା। ଏନେଇ କଟକ ଡିସିପି ପ୍ରତୀକ ସିଂ ପ୍ରେସମିଟ୍ କହିଛନ୍ତି ଯେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିଲା। ବାଲେଶ୍ୱର ସିମୁଳିଆ ନିକଟରେ ପ୍ରାୟ ଅପରାହ୍ନ ୩.୨୦ ସମୟରେ ପରିସ୍ରା ଯିବା ପାଇଁ କହିଥିଲା। ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ। ଗୁଳିଟି ତାର ପେଟରେ ବାଜିଛି। ଏନେଇ ପୂର୍ବତନ ଡିଜି ସଂଜୀବ ମାରିକ୍ କହିଛନ୍ତି ଯେ- ଏହାକୁ ଗୁରୁତର ସହ ନେବା ଆବଶ୍ୟକ। ଜେଲ୍ ସ୍ଥାନାନ୍ତର ବେଳେ ପୋଲିସ୍ ପକ୍ଷରୁ ଠିକ୍ ଭାବେ ଏସଓପି ପାଳନ କରାଯାଇନଥିବ।






More Stories
ଉପାସନାଙ୍କ ଉପରେ ରାଗିଗଲେ ନବୀନ…..
ବିଜେଡି ଉପରେ ପ୍ରବଳ ବର୍ଷିଲେ ସନା…..
ରାଜ୍ୟସଭା ମତଦାନ ଆରମ୍ଭ…..