ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯାଇଛି। ତେଲେଙ୍ଗାନା ପୋଲିସ୍ ସହାୟତାରେ ଗତକାଲି ହାଇଦରକୁ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ କମିଶନରେଟ ପୋଲିସ୍ ଗିରଫ କରିଥିଲା। ଏହାପରେ ଆଜି ବିମାନରେ ହାଇଦରକୁ ତେଲେଙ୍ଗାନାରୁ ଓଡ଼ିଶା ଆଣିଛି କମିଶନରେଟ ପୋଲିସ୍। ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦର ପହଞ୍ଚିବା ପରେ ତା’ର କରୋନା ଟେଷ୍ଟ କରାଯାଇଥିଲା। ଏହାପରେ ତାକୁ କଟକ ନିଆଯାଇଥିଲା। ହାଇଦର ଗାଡ଼ି ବଦଳାଇ ଲୁଚିବାକୁ ଉଦ୍ୟମ ବେଳେ ଧରାପଡ଼ି ଯାଇଥିଲା ବୋଲି ହାଇଦ୍ରାବାଦ ପୋଲିସ କମିଶନର କହିଛନ୍ତି। ଓଡ଼ିଶା ପୋଲିସ୍ ପକ୍ଷରୁ ହାଇଦରର ଫଟୋ ଓ ସେ ଖସି ପଳାଇଥିବା କାର୍ର ଫଟୋ ମିଳିବା ପରେ ସେହି ଅନୁସାରେ ତାକୁ ଟ୍ରାକିଂ ପାଇଁ ଉଦ୍ୟମ ଚାଲିଥିଲା। ସହରର ସବୁ ପାଟ୍ରୋଲିଂ ଟିମ୍ ଆଲର୍ଟ କରାଯାଇଥିଲା। ସବୁ ସିସିଟିଭିକୁ ଛାନ୍ଭିନ୍ ବେଳେ ହାଇଦର ଯାଉଥିବା କାର୍ର ସୁରାକ ମିଳିଥିଲା। ପରେ ପୋଲିସର ଟେକନିକାଲ ଟିମର ଅନୁଧ୍ୟାନ ପରେ ହାଇଦରକୁ ଧରିବାକୁ ସହଜ ହୋଇଥିଲା। ସୂଚନା ଅନୁସରେ – ଗତ ଏପ୍ରିଲ ୧୦ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ଥିବା ହାଇଦର ଏସ୍ସିବିର ସର୍ଜରୀ ଓ୍ୱାର୍ଡ କ୍ୟାବିନରୁ ଫେରାର ହୋଇଯାଇଥିଲା। ମେଡିକାଲରେ ଜଗିଥିବା ସୁରକ୍ଷାକର୍ମୀଙ୍କୁ ହାଇଦର ନିଶା ଦେଇ ଖସି ଯାଇଥିଲା।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….