ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅକ୍ଟୋବର ୧୭ରୁ ଆରମ୍ଭ ହେବ ୨୦୨୧ ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ | ଏହି ଖେଳ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବ | ଅକ୍ଟୋବର ୧୭ରୁ ନଭେମ୍ବର ୧୪ରେ ଫାଇନାଲ ଖେଳାଯିବ ବୋଲି ବିଶ୍ୱ କ୍ରିକେଟ୍ ପରିଚାଳନା ସଂସ୍ଥା ଆଇସିସି ଘୋଷଣା କରିଛି। ଅକ୍ଟୋବର ୧୭ରେ ପ୍ରଥମରାଉଣ୍ଡ ଗ୍ରୁପ୍ ବିରେ ଥିବା ଆୟୋଜକ ଓମାନ ଏବଂ ପପୁଆ ନ୍ୟୁ ଗିନି ମଧ୍ୟରେ ମୁକାବିଲା ସହିତ ପ୍ରତିଯୋଗିତା ଆରମ୍ଭ ହେବ ଏବଂ ଗ୍ରୁପ୍ ବି’ର ଅନ୍ୟ ଦଳ ସ୍କଟଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ସେହିଦିନ ସନ୍ଧ୍ୟାରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗ୍ରୁପ୍ ‘ଏ’ରେ ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ନାମ୍ବିଆ ଆବୁଧାବିରେ ଖେଳିବେ ଏବଂ ପ୍ରଥମ ରାଉଣ୍ଡ ମ୍ୟାଚ୍ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ସୁପର ୧୨ ପର୍ଯ୍ୟାୟକୁ ଯିବେ। ଏହି ପର୍ଯ୍ୟାୟ ମ୍ୟାଚ ଅକ୍ଟୋବର ୨୩ରୁ ଆରମ୍ଭ ହେବ। ଗ୍ରୁପ୍ ୨ର ମ୍ୟାଚ ଅକ୍ଟୋବର ୨୪ରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ। ଅକ୍ଟୋବର ୨୬ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ। ଅକ୍ଟୋବର ୨୫ରେ ଶାରଜା ଠାରେ ଆଫଗାନିସ୍ତାନ ତାର ଅଭିଯାନ ଆରମ୍ଭ କରିବ।ପ୍ରଥମ ସେମିଫାଇନାଲ ନଭେମ୍ବର ୧୦ରେ ଆବୁଧାବିରେ ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲ ନଭେମ୍ବର ୧୧ରେ ଦୁବାଇରେ ଅନୁଷ୍ଠିତ ହେବ। ନଭେମ୍ବର ୧୪ରେ ଦୁବାଇରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
More Stories
‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ….
ଲୁସାନେ ଡାଇମଣ୍ଡ ଲିଗ୍ ଦ୍ୱିତୀୟରେ ନୀରଜ ଚୋପ୍ରା……
ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ…..