Report Card Odisha

| Daily Odia News

ଚୌକି ବଞ୍ଚାଇବାକୁ ବଜେଟ, ଖଡଗେଙ୍କ ବୟାନ ଉପରେ ଜବାବ ରଖିଲେ ଅର୍ଥମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ରୀୟ ବଜେଟକୁ ନେଇ ବୁଧବାର ସଂସଦରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ବଜେଟରେ ଭେଦଭାବ କରାଯିବା ସହ ଚୌକି ବଞ୍ଚାଇବାକୁ ଯାଇ ଏଭଳି ବଜେଟ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରିଛନ୍ତି ଖଡଗେ । ଖଡଗେି କହିଛନ୍ତି ଯେ ‘ଏହି ବଜେଟରେ ତାମିଲନାଡୁକୁ କିଛି ମିଳିନାହିଁ, କର୍ଣ୍ଣାଟକ, ହରିୟାଣା, ରାଜସ୍ଥାନ ଓ ଓଡ଼ିଶା ଭଳି ରାଜ୍ୟକୁ କିଛି ବି ଗୁରୁତ୍ୱ ଦିଆଯାଇନାହିଁ । ଅନ୍ୟ କାହାକୁ ଖୁସି କରିବାକୁ ଏହି ବଜେଟ ପ୍ରସ୍ତୁତ ହୋଇଛି’ । ଖଡଗେଙ୍କ ଏଭଳି ଅଭିଯୋଗ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ କଡା ଜବାବ ରଖିଛନ୍ତି । କଂଗ୍ରେସକୁ ଚ୍ୟାଲେଞ୍ଜ କରି ନିର୍ମଳା କହିଛନ୍ତି ‘ଆପଣ ଆପଣଙ୍କର ସମସ୍ତ ବଜେଟ ଅଭିଭାଷଣରେ କେବେ ହେଲେ ସବୁ ରାଜ୍ୟର ନାମ ନେଇଥିଲେ କି’ । ସୂଚନାଯୋଗ୍ୟ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ରୀୟ ବଜେଟରେ କେବଳ ଦୁଇଟି ରାଜ୍ୟ ବିହାର ଓ ଆନ୍ଧ୍ରପ୍ରଦେଶକୁ ଗୁରୁତ୍ୱ ଦିଆଯାଇଥିବା ଅଭିଯୋଗ ହୋଇଛି । ବାକି ରାଜ୍ୟଗୁଡିକ ବିଶେଷ କିଛି ପାଇନାହାଁନ୍ତି । ଅନ୍ୟପଟେ ସୀତାରମଣ ଏହି ଅଭିଯୋଗକୁ ‘ଅପମାନଜନକ’ କହିଛନ୍ତି । ଏହାସହିତ କଡା ଜବାବ ଦେଇ ସେ କହିଛନ୍ତି ‘ କଂଗ୍ରେସର ପ୍ରତ୍ୟେକ ବଜେଟ ଭାଷଣରେ ଆମକୁ ଦେଖାନ୍ତୁ ଯେ ଆପଣ ନିଜ ସମୟରେ ପ୍ରତ୍ୟେକ ରାଜ୍ୟର ନାମ ନେଇଛନ୍ତି । ଆମର ବଜେଟ୍‍ ଭାଷଣରେ ଆମେ ସମସ୍ତ ରାଜ୍ୟର ନାମ ନେଇନାହୁଁ, ଏହାର ଅର୍ଥ ନୁହେଁ ଯେ ଆମେ ସେହି ରାଜ୍ୟଗୁଡିକ ପାଇଁ ବଜେଟରେ କିଛି ରଖିନାହୁଁ ।

Breaking News